ଭୁବନେଶ୍ୱର : ଏଣିକି ଭୁବନେଶ୍ୱର-ପୁରୀ, କଟକ ପରିବହନ ସେବା ପୃଥକ ରହିବ ନାହିଁ। ରାଜଧାନୀ ଆଞ୍ଚଳିକ ସହରାଞ୍ଚଳ ପରିବହନ ବା କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଛତା ତଳେ ଏ ସେବା ସଂସ୍ଥାଗୁଡ଼ିକ ଏକତ୍ରୀକରଣ ହୋଇଛନ୍ତି। କ୍ୟାପିଟାଲ୍‌ ଟ୍ରାନ୍ସପୋର୍ଟ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ନୂଆ ଭାବେ ଗଠିତ ଟ୍ରାନ୍ସପୋର୍ଟ ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ସହରାଞ୍ଚଳକୁ ବସ୍‌ ସେବା ଯୋଗାଇଦେବ।

Advertisment

publive-imageସୂଚନା ଅନୁଯାୟୀ ନୂଆ ପରିବହନ ସେବା ସଂସ୍ଥାର ନିର୍ଦେଶକ ପରିଷଦ ଗଠନ ପାଇଁ ସୁପାରିସ କରାଯାଇଛି। ଏହି ପରିଷଦରେ ଉନ୍ନୟନ କମିସନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହା ସହିତ ଗୃହ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ପରିବହନ କମିସନର, ଭୁବନେଶ୍ୱର-କଟକ ପୁଲିସ କମିସନର, କେନ୍ଦ୍ରାଞ୍ଚଳ ଆଇ.ଜି., କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ବିଡିଏ ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ), ସିଡିଏ ଉପାଧ୍ୟକ୍ଷ, ପିକେଡିଏ ଉପାଧ୍ୟକ୍ଷ ଏବଂ ପରିବହନ କ୍ଷେତ୍ରରେ ପାରିଦର୍ଶିତା ଥିବା ତିନିଜଣ ସ୍ୱାଧୀନ ସଦସ୍ୟ ନିର୍ଦେଶକ ଭାବେ କାର୍ଯ୍ୟ କରିବେ।

ଏହି ସଂସ୍ଥାର ପେଡ୍‌ ଅପ୍‌ କ୍ୟାପିଟାଲ୍‌ ଏକ କୋଟି ଟଙ୍କା ରଖାଯାଇଛି। ଏଥିରେ ସର୍ବାଧିକ ୬୦ ପ୍ରତିଶତ ଅଂଶଧନ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ଅଧୀନରେ ରହିବ। ସେହିପରି କଟକ ଉନ୍ନୟନ କର୍ତୃପକ୍ଷଙ୍କ ଅଧୀନରେ ୨୦ ପ୍ରତିଶତ ଅଂଶଧନ ରହିବ ବୋଲି କୁହାଯାଇଛି।