ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ବସ୍ରେ ଫାଷ୍ଟ୍ ଟ୍ୟାଗ୍ ବ୍ୟବସ୍ଥାର ଶୁଭାରମ୍ଭ ଗତକାଲି କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଦ୍ୱାରା ପରିବହନ ନିଗମର କାର୍ଯ୍ୟାଳୟରେ ଏହାର ଉଦ୍ଘାଟନ ହୋଇଛି। ଏଥିରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଏସ୍ଆର୍ଟିସିର ଅଧ୍ୟକ୍ଷ କେ. ବି. ସିଂ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ଫାଷ୍ଟ୍ ଟ୍ୟାଗ୍ ନାମରେ ଇଲେକ୍ଟ୍ରୋନିକ୍ ଟୋଲ୍ ପଦ୍ଧତି ଆରମ୍ଭ ହୋଇଛି। ଆର୍ଏଫ୍ଆଇଡି ପ୍ରଯୁକ୍ତି ଆଧାରିତ ଏହି ଟ୍ୟାଗ୍କୁ ବସ୍ର ସାମ୍ନା କାଚରେ ଲଗାଯାଇଥାଏ। ଫଳରେ ବସ୍ଗୁଡ଼ିକ ଟୋଲ୍ ଗେଟ୍ ଗୁଡ଼ିକରେ ସ୍ଥିରୀକୃତ ଫାଷ୍ଟ୍ ଟ୍ୟାଗ୍ ଲେନ୍ରେ ନଅଟକି ଗେଟ୍ ଅତିକ୍ରମ କରିଥାଏ। ଫାଷ୍ଟ ଟ୍ୟାଗ୍ ସହିତ ଯୋଡ଼ା ଯାଇଥିବା ପ୍ରିପେଡ୍/ପୋଷ୍ଟ୍ପେଡ୍ ବ୍ୟାଙ୍କ ଖାତାରୁ ସ୍ୱୟଂକ୍ରିୟଭାବେ ଧାର୍ଯ୍ୟ କରାଯାଇଥିବା ଟୋଲ୍ ଚାର୍ଜ କଟି ଯାଇଥାଏ। ଏହାଦ୍ୱାରା ଉଭୟ ସମୟ ଓ ତେଲ ସଞ୍ଚୟ ହୋଇଥାଏ। ରାଜ୍ୟ ସଡ଼କ ପରିବହନ ନିଗମ ବର୍ଷକୁ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଟୋଲ୍ ଦେୟ ବାବଦରେ ବିଭିନ୍ନ ଟୋଲ୍ ପ୍ଲାଜାରେ ଦେଇଥାଏ। ତେବେ ଏହି ଫାଷ୍ଟ୍ ଟ୍ୟାଗ୍କୁ ବ୍ୟବହାର କରିବା ଦ୍ୱାରା ନିଗମକୁ ଜାତୀୟ ରାଜପଥ ଆୟୋଗ ଦ୍ୱାରା ୭.୫ ପ୍ରତିଶତ ରିହାତି ମିଳିବ। ଏଥିପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଗତ ଡିସେମ୍ବର ୨୭ ତାରିଖରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ବର୍ତମାନ ଏହି ଫାଷ୍ଟ ବ୍ୟାଗ୍ ଜାତୀୟ ଓ ରାଜ୍ୟ ରାଜପଥରେ ୧୮୦ଟି ଟୋଲ ପ୍ଲାଜାରେ ବ୍ୟବହୃତ ହୋଇପାରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/fastag-service.jpg)