ଓଡ଼ିଶା ବିଧାନସଭାର ଗୃହ କମିଟିର ସିମଲା ଗସ୍ତ

ଭୁବନେଶ୍ୱର: ଇ-ବିଧାନ ଆପ୍ଲିକେସନ୍‌ ସଂପର୍କରେ ଅଧ୍ୟୟନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଥବା ଓଡ଼ିଶା ବିଧାନସଭାର ଗୃହ କମିଟି ସିମଲାରେ ପହଞ୍ଚି ହିମାଚଳ ପ୍ରଦେଶ ବାଚସ୍ପତି ରାଜୀବ ବିନ୍ଦଲଙ୍କୁ ସାକ୍ଷାତ କରିଛନ୍ତିା ଗୃହ କମିଟିକୁ ସିମଲାଠାରେ ଭବ୍ୟ ସ୍ୱାଗତ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଯାଇଥବା ଏହି କମିଟି ବିଧାନସଭା କମ୍ପ୍ୟୁଟରୀକରଣ ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି। ଉଭୟ ରାଜ୍ୟର ବାଚସ୍ପତିଙ୍କ ମଧ୍ୟରେ ବାର୍ତ୍ତାଳାପ ପରେ କମିଟିର ସଦସ୍ୟମାନେ ହିମାଚଳ ପ୍ରଦେଶ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିଥଲେ ଓ ଇ-ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ଆଲୋଚନା କରିଥଲୋ

ହିମାଚଳ ପ୍ରଦେଶ ବିଧାନସଭାର ଅଧବେଶନ ଚାଲିଥବାବେଳେ କମିଟି ଏହାର ବିବରଣୀର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥଲୋ ବିଧାନସଭାର ବିବରଣୀ, ପ୍ରଶ୍ନୋତ୍ତର, ବିଲ୍‌, ଆଇନ, ପ୍ରସ୍ତାବ, ଆଲୋଚନାର ସମସ୍ତ ସୂଚନା କିଭଳି ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି, ସେ ନେଇ ସେଠାକାର ସଂପୃକ୍ତ ପଦାଧକାରୀଙ୍କୁ ପଚାରି ବୁଝିଥଲୋ ବାଚସ୍ପତି ଶ୍ରୀ ପାତ୍ରଙ୍କ ସମ୍ମାନାର୍ଥେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥଲୋ ଏହି ଅବସରରେ ଡ. ପାତ୍ର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଆଲୋଚନା କରିଥଲୋ

ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପବିଭାଗ ଅଧକାରୀ ଆଶିଷ ରଞ୍ଜନ ଖୁଣ୍ଟିଆ ଓ ରିପୋର୍ଟର ଦିଲ୍ଲୀପ କୁମାର ମହାନ୍ତି ସାମିଲ ଅଛନ୍ତିା

ସମ୍ବନ୍ଧିତ ଖବର