ଭୁବନେଶ୍ବର : ଅତି କମ୍ରେ ଛାତ୍ରଛାତ୍ରୀଙ୍କ ମାସକର ଟ୍ୟୁସନ ଫି’ ଛାଡ଼ କରିବାକୁ ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଧା, କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ାର ସମସ୍ତ ଘରୋଇ ସ୍କୁଲ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ। ପୁରୀ ଓ ଖୋର୍ଧା ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଛନ୍ତି। ବାତ୍ୟା ଦ୍ବାରା ଏହି ଦୁଇ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଫି’ ପ୍ରଦାନ କରିବା ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଲାଗି ସମ୍ଭବପର ହେଉ ନାହିଁ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ କିଛି ଦିନ ତଳେ ଏସ୍ଆରସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତାହାକୁ ଗୁରୁତ୍ବର ସହ ଗ୍ରହଣ କରି ଏସ୍ଆରସି ଶ୍ରୀ ସେଠୀ ଏଭଳି ଅପିଲ୍ କରିଛନ୍ତି। ଅଭିଭାବକ ମହାସଂଘ ପକ୍ଷରୁ ନିଷ୍ପତ୍ତିକୁ ସ୍ବାଗତ କରାଯିବା ସହ ଏହାଦ୍ବାରା ବହୁ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଭାବିତ ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ ପାଇଁ ଦେୟ ଛାଡ଼ ଘୋଷଣା ହୋଇଥିଲା। ଏହାଛଡ଼ା ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
୫ ଜିଲ୍ଲାର ଘରୋଇ ସ୍କୁଲକୁ ଏସ୍ଆରସିଙ୍କ ଅପିଲ୍, ମାସକର ଟ୍ୟୁସନ ଫି’ ଛାଡ଼ କର
/sambad/media/post_attachments/wp-content/uploads/2019/05/school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)