ଭୁବନେଶ୍ୱର : ଅଗଷ୍ଟ ୨ ତାରିଖ ଯାଏ ଓଡ଼ିଶାରେ ସେଭଳି ବର୍ଷା ନାହିଁ। ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହାର ପ୍ରଭାବ ଓଡ଼ିଶା ଉପରେ ରହିବନି। ତଥାପି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଏଥିସହ ଆଉ କିଛି ସ୍ଥାନରେ ବି ହାଲକା ବର୍ଷା ହୋଇପାରେ। ଜୁଲାଇ ୩୧ ତାରିଖ ବେଳକୁ ଉପକୂଳ ଓଡ଼ିଶାର ଅଧିକାଂଶ ଓ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା ରହିଛି। ୩ ତାରିଖ ପରେ ପାଗରେ କିଛିଟା ପରିବର୍ତନ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ଫୁଲବାଣୀ, ସୋନପୁର, ଭବାନୀପାଟଣାର କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୨ ଯାଏ କାଁ ଭାଁ ବର୍ଷା
/sambad/media/post_attachments/wp-content/uploads/2018/07/rain-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)