ଜାରି ରହିବ ମେଘୁଆ ପାଗ

ଭୁବନେଶ୍ୱର : ଜାରି ରହିବ ମେଘୁଆ ପାଗ। ଏବେ ପ୍ରବଳ ବର୍ଷାର ସମ୍ଭାବନା ନ ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଅଗଷ୍ଟ ୫ ବେଳକୁ ଅଳ୍ପ କିଛି ସ୍ଥାନରେ ବର୍ଷା ବଢ଼ିବ। ୬ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ଯେ ଓଡ଼ିଶା ଉପରେ ମୌସୁମୀର ପ୍ରଭାବ ରହୁଥିବାରୁ କୋହଲା ପାଗ ରହିବ। କିନ୍ତୁ ସେଭଳି ବର୍ଷା ହେବ ନାହିଁ। ଆସନ୍ତା ସପ୍ତାହ ବେଳକୁ ପାଗରେ କିଛିଟା ପରିବର୍ତନ ଆସିପାରେ। ବାଲେଶ୍ୱର, ଭଦ୍ର୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ଟିକିଏ ଅଧିକ ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର