୨୪ ଯାଏ ଶୁଖିଲା ପାଗ

ଭୁବନେଶ୍ବର : ଏଣିକି ପାଗ ଶୁଖିଲା ରହିବ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା କିମ୍ବା ଶୀତ ହେବାର ନାହିଁ। ଦିନରେ କେ‌ବଳ ତାତି ବଢ଼ିବ। ରାତିର ତାପମାତ୍ରାରେ ସେ‌ତେଟା ପରିବର୍ତନ ‌ହେବ ନାହିଁ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ୫ ଦିନର ବ୍ୟବଧାନ ପରେ ଆଜି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଭୁବନେଶ୍ବରର ତାପମାତ୍ରା ବି ପୁଣିଥରେ ୩୪ ଡିଗ୍ରି ଟପିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର