ଭୁବନେଶ୍ୱର : ଜାନୁଆରି ୨୦ଠାରୁ କମିବ ଶୀତ। ପ୍ରଥମେ ଦକ୍ଷିଣ ଓ ପରେ ଉତ୍ତର ଓଡ଼ିଶାର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ଏଥିପାଇଁ ଥଣ୍ଡା ପରିମାଣ ମଧ୍ୟ ହ୍ରାସ ଘଟିବ। ଚଳିତ ମାସ ଶେଷ ଆଡ଼କୁ ସାରା ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ଫୁଲବାଣୀ, ସୁନ୍ଦରଗଡ଼ ପରି କେତେକ ସ୍ଥାନରେ ହାଲକା ଶୀତ ଅନୁଭୂତ ଜାରି ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଓୟୁଏଟି କୁଳପତି ତଥା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ଅପରିବର୍ତିତ ରହିବ। ସେଭଳି ପରିବର୍ତନ ହେବ ନାହିଁ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ରୁ ୧୪ ଡିଗ୍ରି ମଧ୍ୟରେ ରହିବ। ଏହି ସମୟରେ ମୟୁଭରଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ତାପମାତ୍ରା କ୍ରମଃଶ ବଢ଼ିବାକୁ ଥିବା ବେଳେ କଳାହାଣ୍ଡି, ନୂଆପଡ଼ାରେ ତାପମାତ୍ରା କମିବ। ୨୦ ତାରିଖ ପରେ ପାଗରେ ପରିବର୍ତନ ଆସିବାର ସମ୍ଭାବନା ରହିଛି। ପ୍ରଥମେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ବଢ଼ିବ। ତେଣୁ ସେଠାରେ ଶୀତ କମିବ। ଏହାପରେ ଉତ୍ତର ଓଡ଼ିଶାରେ ଶୀତ କ୍ରମଶଃ ହ୍ରାସ ପାଇବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।
୨୦ରୁ କମିବ ଶୀତ
/sambad/media/post_attachments/wp-content/uploads/2018/01/cold-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)