ଭୋଗରାଇ : ଓଡ଼ିଶା ସୀମାନ୍ତ ଉଦୟପୁର ବେଳାଭୂମିଠାରେ ବିବାଦୀୟ ସ୍ଥାନରୁ ଶେଷରେ ପଶ୍ଚିମବଙ୍ଗ ପ୍ରଶାସନ ନିର୍ମାଣାଧୀନ ପାଚେରି ଭାଙ୍ଗିବାକୁ ବାଧ୍ୟ ହୋଇଛି।
ପଶ୍ଚିମବଙ୍ଗର ଦୀଘା ବେଳାଭୂମି ୱାଚ ଟାୱାରଠାରୁ ଉଦୟପୁର ବେଳାଭୂମି ମଧ୍ୟରେ ଥିବା ୫୦ ଫୁଟରୁ ଅଧିକ ଜାଗାକୁ ନେଇ ଦୁଇରାଜ୍ୟ ମଧ୍ୟରେ ବହୁଦିନ ଧରି ସୀମା ବିବାଦ ଲାଗି ରହିଛି। ଗତ ୭ ତାରିଖ ଦିନ ପଶ୍ଚିମବଙ୍ଗ ପ୍ରଶାସନର ଜଳସମ୍ପଦ ବିଭାଗ ଏହି ସ୍ଥାନକୁ ଧସେଇ ପଶି ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ପ୍ରଥମେ ବଙ୍ଗ ପ୍ରଶାସନର ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। ଏହି ନିର୍ଦ୍ଦେଶକୁ ପୁଣି ବେଖାତିର କରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ତା’ପରେ ବି ୧୪୪ଧାରା ଉଲ୍ଲଂଘନ କରି ଗତ ମଙ୍ଗଳବାର ପୁଣି ବଙ୍ଗ ପ୍ରଶାସନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରୟାସ କରିଥିଲା।
/sambad/media/post_attachments/wp-content/uploads/2021/09/bls-3.jpg)
ଏ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ବାରମ୍ବାର ବିସ୍ତୃତ ଖବର ପ୍ରସାରଣ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ଓଡ଼ିଶା ସରକାରଙ୍କ ତରଫରୁ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପରେ ଗତକାଲି ରାତାରାତି ନିର୍ମାଣ ହୋଇଥିବା ପାଚେରି ବଙ୍ଗ ପ୍ରଶାସନ ଭାଙ୍ଗି ଦେଇଥିବା ଜଣାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ହାତେଇବା ପାଇଁ ପଡ଼େଶୀ ପଶ୍ଚିମବଙ୍ଗ ବାରମ୍ବାର ହୀନ ପ୍ରୟାସ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/balasore-5.jpg)