ବାଲେଶ୍ବର: ବାଲେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ଏହାସହ କାର୍ଯ୍ୟକର୍ତ୍ତା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଉପରେ ବର୍ଷିଛନ୍ତି। ୨୪ ବର୍ଷ ହେବ ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। ତାକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଉଭୟ କଂଗ୍ରେସ ଓ ବିଜେଡିକୁ ପୂର୍ବରୁ ଓଡ଼ିଶାବାସୀ ସୁଯୋଗ ଦେଇଛନ୍ତି। କିନ୍ତୁ ଏଥର ବିଜେପିକୁ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବୁ। କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଲେ ବୋଲି ତାଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତରେ ପ୍ରଧାନମନ୍ତ୍ରୀ କେମିତି ପର୍ଯ୍ୟଟକ ହେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର?

Advertisment

ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ସାଢେ ୪ କୋଟି ଓଡ଼ିଆ ଥିବା ବେଳେ ତାମିଲନାଡୁରୁ ଭଡାଟିଆଙ୍କୁ ଆଣି ନେତା କରାଯାଉଛି । ଏହାର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ । ପ୍ରଧାନମନ୍ତ୍ରୀ ଭାରତର ସବୁ ରାଜ୍ୟକୁ ଏକ ନମ୍ବର କରିବେ, ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଧର୍ମେନ୍ଦ୍ର । ୩ଟି ପ୍ରଶ୍ନ ପଚାରିବା ସହ ଧର୍ମେନ୍ଦ୍ର କହିଛନ୍ତି, ବାଲେଶ୍ୱରର ସବୁ ଗାଁକୁ ପିଇବା ପାଣି ଯାଇଛି କି? ସବୁ ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥା ଅଛି କି? ସବୁ ସରକାରୀ ସ୍କୁଲରେ ଶିକ୍ଷକ ଓ ସବୁ ସରକାରୀ ହସ୍ପିଟାଲରେ ଡାକ୍ତର ଅଛନ୍ତି କି ବୋଲି ପ୍ରଶ୍ନ ପଚାରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ପୁଣିଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ୨୧ରୁ ୨୧ ବିଜେପି ସାଂସଦଙ୍କୁ ବିଜୟୀ କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ଉପକୂଳ ଅଞ୍ଚଳକୁ ପୂରା ମୋଦିମୟ କରିବାକୁ ଆହ୍ୱାନ ଦେଇ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଲୋକେ ମନ ବଳାଇଥିବା କହିଛନ୍ତି ଧର୍ମେନ୍ଦ୍ର ।