ହାପି ବାର୍ଥ ଡେ ମୋଦୀଜି; ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଜଣାଇଲା ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ । ଏହାକୁ ନେଇ ମୋଦୀଙ୍କ ସମର୍ଥକ ଧୂମଧାମରେ ପାଳନ କରୁଥିବା ବେଳେ ଓଡ଼ିଶାରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି |

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋଦୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ନିଜ ଟ୍ୱିଟରରେ ଲେଖିଛନ୍ତି | କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ନିକଟରେ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଶରୀର ପାଇଁ ପ୍ରାର୍ଥନା କରିବା ସହ ଫଳ ବଣ୍ଟନ କରିଛନ୍ତି |

ଅନ୍ୟପଟେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ମୋଦୀଙ୍କର ବାଲୁକା କଳା ନିର୍ମାଣ କରିଛନ୍ତି | ଏହି ବାଲୁକା କଳା ମଧ୍ୟରେ ମୋଦୀଙ୍କ ସ୍ଵଛ ଭାରତ ମିଶନକୁ ଦର୍ଶାଯାଇଥିବାବେଳେ ମୋଦୀଙ୍କ ସହ ଅଜସ୍ର ଆଶୀର୍ବାଦ ଥିବାର ଉଲ୍ଲେଖ କରିଛନ୍ତି |

ସମ୍ବନ୍ଧିତ ଖବର