ପଡୋଶୀଙ୍କ ପୁଅକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କଲେ ବିବାହିତ ମହିଳା?

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଜଣେ ମହିଳା ପଡୋଶୀଙ୍କ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ତନୁଶ୍ରୀ ପଟ୍ଟନାୟକ ନାମରେ ଜଣେ ମହିଳା ଏଭଳି କାମ କରିଛନ୍ତି। ସେ ଜଣେ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଭିଯୋଗ ଅନୁସାରେ ମହିଳା ଜଣକ ଶିଶୁପୁତ୍ରକୁ ନିଜର ଝିଅ ସହିତ ଖେଳିବା ପାଇଁ ଡାକିଥିଲେ। ପରେ ସେ ତାକୁ ହତ୍ୟା କରିଥିଲେ। କିନ୍ତୁ ଧରାପଡ଼ିଯିବା ଭୟରେ ସେ ନିଜ ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏମସ୍‌ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳାଙ୍କର ଅବସ୍ଥା ଗୁରୁତର ଅଛି।

ଅନ୍ୟପଟରେ ମୃତ ଶିଶୁପୁତ୍ରର ପିତା ସମୀର ପାତ୍ର କହିଛନ୍ତି, ମହିଳା ଜଣକ ପୁଅକୁ ତାଙ୍କର ଘରକୁ ଡାକିଥିଲେ। ତନୁଶ୍ରୀ ସ୍ୱାମୀ ଓ ନିଜର ଛୋଟ ଝିଅ ସହ ଏକ ଭଡାଘରେ ରହୁଥିଲେ। ତାଙ୍କର ସ୍ୱାମୀ ଏମ୍‌ସ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର