ଭୁବନେଶ୍ବର: ନକଲି ଔଷଧ ନେଇ ରାଜ୍ୟ ସରକାର ତଦନ୍ତ ଆରମ୍ଭ କରିଛନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ ଧରା ହୋଇଥିବା ନକଲି ଔଷଧ ଟେଲମା-୪୦, ଟେଲମା-ଏମ ବିହାରର ଗୟାରୁ ଗ୍ଲେନମାର୍କ କମ୍ପାନିର ଫ୍ୟାକ୍ଟ୍ରିରୁ ଆସୁଛି। ବିହାର ଡ୍ରଗ କଣ୍ଟ୍ରୋଲରଙ୍କୁ ଆମେ ଏସଂପର୍କରେ ଅବଗତ କରାଇଥିଲେ ମଧ୍ୟ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସିଲା ନାହିଁ।
ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଗୋଟେ ଟିମ ଗଠନ କରିଛନ୍ତି। ଏଥିରେ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲରଙ୍କ ସମେତ ଦୁଇ ଜଣ ପୁଲିସ ଅଫିସର ଅଛନ୍ତି। ଏମାନେ ସେ ଦିଗରେ ତଦନ୍ତ କରିବା ପାଇଁ ବିହାର ଯାଇଛନ୍ତି। ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାରର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/download-6.jpg)