ଭୁବନେଶ୍ୱର: କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯-୨୦ ‘ଇଣ୍ଡିଆନ୍‌ ଇକୋନମିକ୍ସ୍‍ ସର୍ଭିସ୍‌’ (ଆଇଇଏସ୍‌) ପରୀକ୍ଷାରେ ଓଡ଼ିଆ ଯୁବକ ଅଂଶୁମାନ କାମିଲା ପ୍ରଥମ ହୋଇଛନ୍ତି। ସଂପ୍ରତି ରିଜର୍ଭ ବ୍ୟାଙ୍କରେ ଚାକିରି କରୁଥିବା ଅଂଶୁମାନ ଏହି ସଫଳତା ଦ୍ବାରା ଓଡ଼ିଶା ଗୌରବାନ୍ବିତ ହୋଇଛି।

Advertisment

ଓଡ଼ିଶାର ପୂର୍ବତନ ମହାଡାକପାଳ ସନ୍ତୋଷ କୁମାର କାମିଲା ଏବଂ ଜଣାଶୁଣା ଗାୟିକା ତଥା ପ୍ରଧ୍ୟାପିକା ମିତାଲି ଚିନାରାଙ୍କ ସୁପୁତ୍ର ଅଂଶୁମାନ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍‌ ଷ୍ଟିଫେନ୍‌ସ୍‌ କଲେଜ୍‌ରେ ଅର୍ଥନୀତି (ସମ୍ମାନ) ପଢ଼ିବା ପରେ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ଏମ୍‌ଫିଲ୍‌ କରିଥିଲେ। ସମ୍ପ୍ରତି ସେ ନୂଆଦିଲ୍ଲୀସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରେ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଛନ୍ତି।

publive-image

ଆଇଇଏସ୍‌ ପଦବୀ ପୂରଣ ପାଇଁ ସମୁଦାୟ ୩୨ ଜଣଙ୍କୁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଂଶୁମାନ ପ୍ରଥମ ହୋଇଛନ୍ତି। ୨୦୧୯ ମସିହା ଜୁନ୍‌ ୨୮ ରୁ ୩୦ ଯାଏଁ ଆଇଇଏସ୍‌ ଲାଗି ଲିଖିତ ପରୀକ୍ଷା ହୋଇଥିଲା ଏବଂ ୨୦୧୯ ଡିସେମ୍ବର ଓ ୨୦୨୦ ଜାନୁଆରି ମାସରେ ସାକ୍ଷାତ୍‌କାର ବା ବ୍ୟକ୍ତିତ୍ୱ ପରୀକ୍ଷା ହୋଇଥିଲା।