ବିଧାନସଭାରେ ପ୍ରଥମ ଥର ପାଇଁ ଅନଲାଇନରେ ପ୍ରଶ୍ନୋତ୍ତର ହେବ, ସୂଚନା ଦେଲେ ବାଚସ୍ପତି

ଭୁବନେଶ୍ବର: ପ୍ରଥମ ଥର ପାଇଁ ବିଧାନସଭାର ପ୍ରଶ୍ନକାଳ ଅନଲାଇନରେ ଚାଲିବ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବଜେଟ ଅଧିବେଶନରେ ସମସ୍ତ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ।

ନାଭା ଆପ୍ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର