ଦୁର୍ବଳ ହେଲା ଲଘୁଚାପ, ତଥାପି ଏସବୁ ସ୍ଥାନରେ ବର୍ଷା ଆଶଙ୍କା ଓ ବିଜୁଳି ଆଶଙ୍କା

ଭୁବନେଶ୍ୱର: ସମୁଦ୍ର ପତ୍ତନରେ ରହିଥିବା ମନ୍‌ସୁନ୍‌ ଟ୍ରପ୍‌ର କେନ୍ଦ୍ର ବର୍ତ୍ତମାନ ଉତ୍ତରଦକ୍ଷିଣ ଦିଗରେ ହିମାଳୟା ପାଦଦେଶ ଆଡକୁ ଗତି କରୁଛି। ପୂର୍ବ ବିହାର ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଥିବା ଉତ୍ତର-ଦକ୍ଷିଣ ଟ୍ରପ୍‌ ବର୍ତ୍ତମାନ ଝାଡଖଣ୍ଡ ଏବଂ ଉତ୍ତରପୂର୍ବ ଓଡ଼ିଶା ଦେଇ ଅତିକ୍ରମ କରୁଥିବାରୁ ଏହା ପ୍ରଭାବରେ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ସମୁଦ୍ର ପତ୍ତନରେ ରହିଥିବା ମନ୍‌ସୁନ୍‌ ଟ୍ରପ୍‌ର କେନ୍ଦ୍ର ବର୍ତ୍ତମାନ ଉତ୍ତରଦକ୍ଷିଣ ଦିଗରେ ହିମାଳୟା ପାଦଦେଶ ଆଡକୁ ଗତି କରୁଥିବା ହେତୁ ବର୍ଷା ଥମି ଯାଇଛି ପାଗ ଶୁଖିଲା ରହିଛି। ତଥାପି ଗତକାଲି କେନ୍ଦୁଝରରେ ୩ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୨ମିମି, ସମ୍ବଲପୁରରେ ୨ମିମି ଓ ବାଲେଶ୍ୱରରେ ୧ ମିମି ବର୍ଷା ହୋଇଥିବା ଜଣାପଡ଼ିଥିଲା। ସେହିପରି ଚାନ୍ଦବାଲିରେ ସର୍ବାଧକ ୩୫.୩ଡିଗ୍ରି ସେଲସିୟସ୍‌ ଓ ଫୁଲବାଣୀରେ ସର୍ବନିମ୍ନ ୨୩.୪ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର