ଅଗଷ୍ଟ ୫ରୁ ଓଡ଼ିଶାର ୪ ଐତିହ୍ୟସ୍ଥଳୀ ବୁଲିବା ମାଗଣା

ଆଜାଦି କା ଅମୃତ ମହୋତ୍ସବ ପାଇଁ ଏଏସ୍‌ଆଇର ଘୋଷଣା

ଭୁବନେଶ୍ବର : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଦେଶର ବିଭିନ୍ନ ଐତିହ୍ୟସ୍ଥଳୀକୁ ବୁଲିବା ଦେୟମୁକ୍ତ କରାଯାଇଛି। ଆସନ୍ତା ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ଯିବାପାଇଁ ପର୍ଯ୍ୟଟକ ମାନଙ୍କ ଲାଗି କୌଣସି ପ୍ରବେଶ ଦେୟ ଦେବାକୁ ପଡ଼ିବ ନା‌ହିଁ। ଓଡ଼ିଶାରେ ଏଏସ୍‌ଆଇର ୮୦ଟି ସଂରକ୍ଷିତ ଐତିହ୍ୟ ସ୍ଥଳୀ ଥିବା‌‌ ବେଳେ କୋଣାର୍କ ସୂର୍ଯ୍ୟମନ୍ଦିର, ଖଣ୍ଡଗିରି-ଉଦୟଗିରି ଜୈନ ଗୁମ୍ଫା, ରାଜାରାଣୀ ମନ୍ଦିର, ଲଳିତଗିରିକୁ ଯିବାପାଇଁ ପ୍ରବେ‌ଶ ଦେୟ ଦେବାକୁ ହୁଏ। ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନଗୁଡିକୁ ଯିବାପାଇଁ ପ୍ରବେଶ ଦେୟ ‌ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର