ଓଡ଼ିଶାର ୪ ଛାତ୍ରଙ୍କୁ ମିଳିବ ‘ଅବଦୁଲ୍‌ କଲାମ୍‌’ ପୁରସ୍କାର

ନୂଆଦିଲ୍ଲୀ : ଚଳିତବର୍ଷର ମର୍ଯ୍ୟାଦାଜନକ ଡକ୍ଟର ଏପିଜେ ଅବଦୁଲ କଲାମ୍‌ ଇଗନାଇଟ୍‌ ପୁରସ୍କାର ପାଇଁ ଓଡ଼ିଶାର ୪ ଜଣ ଛାତ୍ର ମନୋନୀତ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷୟିକ ପରିକଳ୍ପନା ଓ ଉଦ୍ଭାବନ କ୍ଷମତା ପରଖିବା ପାଇଁ ନ୍ୟାସନାଲ ଇନୋଭସେନ୍‌ ଫାଉଣ୍ଡେସନ୍‌ ଦ୍ବାରା ଆୟୋଜନ କରାଯାଇଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସମୁଦାୟ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି। ପୁରସ୍କାର ପାଇଁ ଚୟନ ହୋଇଥିବା ୪ ଜଣ ଓଡ଼ିଆ ଛାତ୍ର ହେଉଛନ୍ତି, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ବୈଭବ ପରିଡ଼ା, ରାଉରକେଲା ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌ ତନ୍ମୟ କୁମାର ସେଠୀ , କେନ୍ଦ୍ରୀୟ ବିଦ୍ୟାଳୟ, ସମ୍ବଲପୁର-୧ର ସ୍ବାସ୍ତିକ ଶୁଭମ୍‌ ଏବଂ ଭୁବନେଶ୍ବର ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ୍‌ ସ୍କୁଲ୍‌ର ଦେବଜିତ ପ୍ରସାଦ ମାଝି। ପୁରସ୍କାର ପାଇଁ ଚୟନ ହୋଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମାସ ୩୦ରେ ଗୁଜରାଟର ଗାନ୍ଧୀନଗରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୁରସ୍କୃତ କରିବେ ବୋଲି ନ୍ୟାସନାଲ୍‌ ଇନୋଭେସନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର