ଝାରସୁଗୁଡ଼ା : ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ନିଜର ବକ୍ତୃତା ରଖି ଉପସ୍ଥିତ ପ୍ରତିଷ୍ଠିତ ନେତାଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଝାରସୁଗୁଡ଼ାର ଝିଅ ଅଦିତି ଅଗ୍ରୱାଲ। ଗତ ୧୪ ତାରିଖ ଦିନ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅଦିତି ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବରେ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ସେ ଇଂରାଜୀରେ ଅତି ଚମତ୍କାର ଭାଷଣ ଦେଇ ସେଠାରେ ଉପସ୍ଥିତ ଥିବା ପ୍ରତିଷ୍ଠିତ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
/sambad/media/post_attachments/wp-content/uploads/2022/11/jhs-750x430.jpg)
ସଂସଦର ସେଣ୍ଟ୍ରାଲ ହଲରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ଶଶି ଥରୁରଙ୍କ ଭଳି ପ୍ରତିଷ୍ଠିତ ନେତାଙ୍କ ଉପସ୍ଥିତିରେ ଅଦିତି ଚାଚା ନେହେରୁଙ୍କ ଉପରେ ଏକ ଉଚ୍ଚକୋଟୀର ଭାଷଣ ଦେଇଥିଲେ। ଏହି ଅବସରରେ ସେ ପାର୍ଲାମେଣ୍ଟର ଉଭୟ ଗୃ୍ହ, ପାର୍ଲାମେଣ୍ଟ ଲାଇବ୍ରେରି, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ , ପାର୍ଲାମେଣ୍ଟ ମ୍ୟୁଜିୟମ ପରିଦର୍ଶନ କରିବା ସହିତ ଭାରତୀୟ ସମ୍ମିଧାନ ଦେଖିଥିଲେ ଓ ବାଚସ୍ପତି ଶ୍ରୀ ବିର୍ଲାଙ୍କ ସହିତ ସାକ୍ଷାତ ଆଲୋଚନାର ସୁଯୋଗ ପାଇଥିଲେ। ଏହା ପୂର୍ବରୁ ମଧ୍ୟ ଅଦିତି ୨୦୧୦ ମସିହାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ ଘୋଷଣାନାମାକୁ ଯାଇଥିଲେ ଯେଉଁଠାରେ ଦେଶଭକ୍ତି ଏବଂ ରାଷ୍ଟ୍ର ନିର୍ମାଣ ଉପରେ ନିଜର ମତ ଉପସ୍ଥାପନ କରି ତତ୍କାଳୀନ ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁଙ୍କଠାରୁ ସମ୍ମାନିତ ହୋଇଥିଲେ।
/sambad/media/post_attachments/wp-content/uploads/2022/11/jhs3-637x430.jpg)
ଅଦିତିଙ୍କ ବାପା ନଟୱରଲାଲ ଅଗ୍ରୱାଲ ସିଭିଲ କଣ୍ଟ୍ରାକ୍ଟର ହୋଇଥିବାବେଳେ ମା’ ପ୍ରୀତି ଗୃହିଣୀ ଅଟନ୍ତି। ଝାରସୁଗୁଡ଼ା ସରବହାଲର ବିନାୟକପୁରମଠାରେ ରହୁଥିବା ଅଦିତି ସେଣ୍ଟମେରିରୁ ସ୍କୁଲ ଶିକ୍ଷା, ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସ୍ନାତକ ପରେ ଭୁବନେଶ୍ବରଠାରେ ଏମ୍ବିଏ ପଢ଼ୁଛନ୍ତି। ରାଷ୍ଟ୍ର ଗଠନରେ ଯୁବଶକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ତାଙ୍କ ଦୃଢ଼ ବିଶ୍ବାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/jhs2.jpg)