ଭୁବନେଶ୍ବର :ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ମୋଟ ଋଣଭାର ୯୧ ହଜାର ୯୪୩ କୋଟି ଟଙ୍କାକୁ ଟପିଯିବ। ରାଜ୍ୟ ସରକାର ଏମିତି ଅଟକଳ କରିଛନ୍ତି। ରାଜ୍ୟର ଋଣଭାର ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏମିତି ଉତ୍ତର ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ୭୩ ହଜାର ୬୮୪ େକାଟି ୬୬ ଲକ୍ଷ ଟଙ୍କା ଥିଲା। ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ୯୧,୯୪୩.୬୮ କୋଟି ଟଙ୍କା ଛୁଇଁଯିବ।
ସରକାରଙ୍କ ତଥ୍ୟ ମୁତାବକ,୨୦୧୭-୧୮ ବର୍ଷରେ ୧୪,୪୧୯.୪୧ କୋଟି ଟଙ୍କା ଋଣ ଉଠାଇଥିଲେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଭିତରେ ସରକାର ୫ ହଜାର ୭୦୧ େକାଟି ୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ଅନ୍ୟପକ୍ଷରେ ୨୦୦୬-୦୭ ବର୍ଷରେ ରାଜ୍ୟ ସରକାର ୧,୮୫୦.୭୪ କୋଟି ଟଙ୍କା ଋଣର ମୂଳ ଓ ୩,୧୮୮.୪୩ କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଥିବା ବେଳେ ୨୦୧୦-୧୧ ବର୍ଷରେ ମୂଳ ପରିଶୋଧ ପାଇଁ ୨,୦୮୩.୫୯ କୋଟି ଓ ସୁଧ ବାବଦରେ ୩,୦୪୩.୧୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୭-୧୮ ବର୍ଷରେ ରେକର୍ଡ ପରିମାଣର ଋଣ କରାଯାଇଛି। ଏହି ବର୍ଷରେ ୨,୬୯୦.୨୧ କୋଟି ମୂଳ ବାବଦକୁ ଓ ୪,୯୮୮.୩୪ କୋଟି ଟଙ୍କା ସୁଧ ବାବଦକୁ ସୁଝାଯାଇଥିଲା। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରାଜ୍ୟ ସରକାର ମାତ୍ର ୯୩୫.୧୫ କୋଟି ଟଙ୍କା ମୂଳ ଓ ୧,୭୮୯.୦୮ କୋଟି ଟଙ୍କା ସୁଧ ବାବଦରେ ପୈଠ କରିଛନ୍ତି େବାଲି ଅର୍ଥମନ୍ତ୍ରୀ କହିଛନ୍ତି।