ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀଙ୍କ ନିଷ୍ପତ୍ତି: ନଡ୍ଡା

କରଞ୍ଜିଆ: କେନ୍ଦୁଝର ଜିଲ୍ଲା କରଞ୍ଜିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଛନ୍ତି। ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେଇ ବିଜେପି ସରକାର ଓଡ଼ିଶାରେ ଗଠନ କରିବାକୁ ଓଡ଼ିଶାବାସୀ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷର ସରକାରରେ ରାଜନୀତିର ପରିଭାଷା ବଦଳିଛି । ଏବେ ସାଧାରଣ ଲୋକ ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଢିବାକୁ ଆଶା ପୋଷଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଯେବେଠୁ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ପ୍ରୟାସ ସ୍ଲୋଗାନ ଦେଇଛନ୍ତି ସେବେଠୁ ବିକାଶମୂଳକ ରାଜନୀତି ଆରମ୍ଭ ହୋଇଛି । ପୂର୍ବରୁ ଆଦିବାସୀ ଲୋକଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଏବେ ଭାରତର ରାଷ୍ଟ୍ରପତି ଥିବ‌ା ଦ୍ରୌପଦୀ ମୁର୍ମୁ ମଧ୍ୟ ଜଣେ ଆଦିବାସୀ ମହିଳା।

ଭାରତରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ଖୋଲିଛନ୍ତି ମୋଦୀ ସରକାର । ଏବେ ଆଦିବାସୀ ଲୋକ ସଂଗ୍ରହ କରୁଥିବା ୯୦ଟି ଜଙ୍ଗଲଜାତ ଦ୍ରବ୍ୟକୁ ଏମଏସପିରେ ସାମିଲ କରିଛନ୍ତି ।

କରୋନା ପରେ ମଧ୍ୟ ଭାରତର ଅର୍ଥନୀତି ସୁଦୃଢ ହୋଇଛି । ଏହି ସମୟରେ ଭାରତର ଅର୍ଥନୀତି ୧୧ ନମ୍ବର ସ୍ଥାନରୁ ୫ ନମ୍ବର ସ୍ଥାନରେ ପହଞ୍ଚିଛି । ଆଗାମୀ ୩ ବର୍ଷରେ ଭାରତ ବିଶ୍ୱର ୩ୟ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହେବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଓଡ଼ିଶାର କୋଟି କୋଟି ଲୋକ ଏହି ‌ଯୋଜନା ଦ୍ବାରା ଉପକୃତ ହେଉଛନ୍ତି । ମୋଦୀ ସରକାର ଉଜ୍ଜ୍ବଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର