ଅସୁରକ୍ଷିତ ଓଡିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ!

ପୋଲ ତଳେ ଦୋକାନ ଘର ଏବଂ ଦହନଶୀଳ ସାମଗ୍ରୀ ରହିବା ବେଆଇନ ହୋଇଥିଲେ ମଧ୍ୟ ବ୍ରିଜ ତଳେ ଗଢି ଉଠିଛି ଦୋକାନ ବଜାର।

ଭଡାରେ ଦେଇ ବାଲେଶ୍ୱର ରିଜିଓନାଲ ଇମ୍ପ୍ରୁଭମେଂଟ ଟ୍ରଷ୍ଟ ଆଦାୟ କରୁଛି ଟଙ୍କା।

ବାଲେଶ୍ୱର : ବିପଦରେ ଓଡିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ । ବାଲେଶ୍ୱରରେ ତିଆରି ହୋଇଥିବା ଓଡ଼ିଶାର ଏହି ପ୍ରଥମ ଫ୍ଲାଏଓଭର ବ୍ରିଜ ଭୁଷୁଡ଼ି ପଡିବ କି ? ଏବେ ଏମିତି କିଛି ପ୍ରଶ୍ନ ବାଲେଶ୍ୱରବାସୀଙ୍କ ମନରେ ଉଙ୍କି ମାରୁଛି । ପୋଲ ତଳେ ଗଢି ଉଠିଥିବା ଦୋକାନ, ହୋଟେଲ ଓ ଜଳଖିଆ ଦୋକାନ ପୋଲ ପ୍ରତି ବିପଦ ସୃଷ୍ଟି କରୁଥିବା କହିଛନ୍ତି ବାଲେଶ୍ୱରବାସୀ।

୧୯୮୫ ମସିହାରେ ବାଲେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିଲା ଓଡ଼ିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ । ବାଲେଶ୍ୱର ଓ ମୟୁରଭଞ୍ଜକୁ ସଂଯୋଗ କରୁଥିବା ଏହି ପୋଲ ସହ କଟକ ଓଏମପି. ଫ୍ଲାଏ ଓଭର ମଧ୍ୟ ନିର୍ମାଣ ହୋଇଥିଲା । ଏହି ପୋଲ ତଳେ ଦୋକାନ ଘର ଏବଂ ଦହନଶୀଳ ସାମଗ୍ରୀ ରହିବା ବେଆଇନ । ମାତ୍ର ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୋଲ ତଳେ ୧୫୦ଟି ଦୋକାନ କରି ମାସକୁ ଦୋକାନ ପ୍ରତି ୩୦୦ରୁ ୬୫୦ଟଙ୍କା ଭଡ଼ା ଆଦାୟ କରୁଛି ବାଲେଶ୍ୱର ରିଜିଓନାଲ ଇମ୍ପ୍ରୁଭମେଂଟ ଟ୍ରଷ୍ଟ । ଏହି ଦୋକାନ ଗୁଡିକ ମଧ୍ୟରୁ ୮ଟି ହୋଟେଲ ଓ ଜଳଖିଆ ଦୋକନ ରହିଛିି । ଯେଉଁଠି ଅହରହ ଗ୍ୟାସ ଜଳୁଛି ଓ ୪ ରୁ ୫ଟି ସିଲିଣ୍ଡର ଷ୍ଟକ ରହୁଛି । ଦୋକାନର ସୁରକ୍ଷା ପାଇଁ ପୋଲ ଉପରୁ ନିଷ୍କାସିତ ବର୍ଷା ପାଣିକୁ ଅଟକା ଯାଉଥିବାରୁ ପୋଲ ଉପରେ ପାଣି ଜମି ରହିଥାଏ । ତେଣୁ ପୋଲ ପ୍ରତି ବିପଦ ଥିବା ବାଲେଶ୍ୱରବାସୀ ଆଶଙ୍କା କରୁଛନ୍ତି ।

ଗୋଟିଏ ପଟେ ବ୍ରିଟ୍ ଜଳଖିଆ ଦୋକାନ ଭଡ଼ା ଦିଆଯାଇ ନଥିବା କହୁଥିବା ବେଳେ ଦୋକାନୀ କହୁଛନ୍ତି ୩୦୦ଟଙ୍କା ଭଡା ଦେଇ ୨୦ବର୍ଷ ହେବ ବେପାର କରୁଛନ୍ତି । ସେପଟେ ପୂର୍ତ୍ତ ବିଭାଗ ବାଲେଶ୍ୱର ଏହି ଫ୍ଲାଏଓଭର ବ୍ରିଜର ରକ୍ଷଣାବେକ୍ଷଣ ବାବଦରେ ଅର୍ଥ ଖର୍ଚ୍ଚ କରୁଥିବା ନେଇ ବାହାସ୍ଫୋଟ ମାରୁଥିବା ବେଳେ ଏଠାରେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ ।

ବାଲେଶ୍ୱରରେ ସାଂସଦ ୪ଟି ଉଡ଼ନ୍ତାପୋଲ କରିଥିବା ନେଇ ହୋର୍ଡିଂ ଲଗାଇଥିବା ବେଳେ ଏହି ପୂରାତନ ପୋଲ ପ୍ରତି କାହାରି ନଜର ନାହିଁ । ଯଦି ଏହି ପୋଲ ଭୁଷୁଡ଼େ ଏକ ପ୍ରକାର ବାଲେଶ୍ୱର ପଙ୍ଗୁ ହୋଇଯିବ, ଏଥିରେ ସଂନ୍ଦେହ ନାହିଁ ।

ସମ୍ବନ୍ଧିତ ଖବର