ମହାମାରୀ ସତ୍ତ୍ବେ ଓଡ଼ିଶାର ଖଣି ରାଜସ୍ବ ୧୩,୭୦୦ କୋଟିକୁ ବୃଦ୍ଧି

ଏବର୍ଷ ନିଲାମ ହେବ ୧୫ ଟି ବ୍ଲକ୍

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହେବା ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ଖଣି ରାଜସ୍ବ ବୃଦ୍ଧି ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଖଣି ରାଜସ୍ବ ୧୧,୦୨୦ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ୧୩,୭୦୦ କୋଟିକୁ ବୃଦ୍ଧି ପାଇଛି ।

ରାଜ୍ୟ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ କରୋନା ମହାମାରୀ ଯେଗୁଁ ୨୦୨୦-୨୧ରେ ଓଡ଼ିଶାର ଖଣିକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହା ଫଳରେ ଖଣିଗୁଡ଼ିକ ନିଜ କ୍ଷମତାର ୭୦ ପ୍ରତିଶତ ହିଁ ଚାଲୁଛନ୍ତି । କିନ୍ତୁ ଖଣିଜ ପଦାର୍ଥ ଉପରେ ଭଲ ପ୍ରିମିୟମ ଆଦାୟ ଯୋଗୁଁ ଏଥର ଖଣି ରାଜସ୍ବ ବୃଦ୍ଧି ପାଇଛି ।

ନୂଆ ଖଣି ନିଲାମ ସମ୍ପର୍କରେ ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରାୟ ୧୫ଟି ଖଣିଜ ବ୍ଲକ ନିଲାମ ପାଇଁ ପ୍ରସ୍ତୁତ ରଖିଛନ୍ତି । ତେବେ ଏହି ନିଲାମ କରିବା ପୂର୍ବରୁ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ଏମସିଆର ଆଇନ ୨୦୧୬ରେ ସଂଶୋଧନକୁ ଅପେକ୍ଷା କରାଯିବ ।

ଗତ ବର୍ଷ ସରକାର ୨୪ଟି ବ୍ଲକ ନିଲାମ କରିଥିଲେ । ତାମଧ୍ୟରୁ ୧୯ଟି ବ୍ଲକ ପାଇଁ ଲିଜ୍ ଡିଡ୍ ସ୍ବାକ୍ଷରିତ ହୋଇଥିଲା । ଏହା ମଧ୍ୟରୁ ୧୮ଟି ଖଣିରେ ଉତ୍ପାଦନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର