ଆଳୁ ଉତ୍ପାଦନରେ ଖସିଲା ଓଡ଼ିଶା

ଭୁବନେଶ୍ବର : ଜାତୀୟ ଉଦ୍ୟାନ ମିସନ ଅନ୍ତର୍ଗତରେ ୨ ବର୍ଷରେ ୫୦୮୬ ହେକ୍ଟର ଜମିରେ ଆମ୍ବ, କଦଳୀ, ଅମୃତଭଣ୍ଡା, ସପୁରୀ, ବେଲ, ଡାଳିମ୍ବ, ଡ୍ରାଗନ ଫ୍ରୁଟ୍‌ ଚାଷ ହୋଇ ୫ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ଚାଷୀମାନଙ୍କ ରିହାତି ବ୍ୟାଙ୍କ ଖାତାରେ ଜମା କରାଯାଇଛି। ୫ ବର୍ଷ ପୂର୍ବରୁ ଆଳୁ ଉତ୍ପାଦନରେ ଓଡ଼ିଶା ୧୩ତମ ସ୍ଥାନରେ ଥିଲା। ବର୍ତ୍ତମାନ ରାଜ୍ୟ ୧୪ତମ ସ୍ଥାନକୁ ଆସିଛି। ବିଧାୟକ ଭୂପିନ୍ଦର ସିଂଙ୍କ ଅଣତାରକା ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ସମ୍ବନ୍ଧିତ ଖବର