ବାଲେଶ୍ବର : ବାଲେଶ୍ବରରେ ଜାତୀୟସ୍ତରୀୟ ଆକ୍ବା କଲଚର ଏକ୍ସପୋ-୨୦୨୩ର ଆଜି ଉଦ୍ଘାଟିତ ହୋଇଯାଇଛି।
ରାଜ୍ୟ କୃଷି ଓ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଉଦ୍ଘାଟନ କରି କହିଥିଲେ, ଗତ ୨୦ ବର୍ଷରେ ବିଦେଶକୁ ଏଠାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୨ ଗୁଣ ବୃଦ୍ଧି ପାଇଛି। ୨୦୦୧ ମସିହାରେ ୩୭୯ କୋଟିର ସାମୁଦ୍ରିକ ଖାଦ୍ୟ ବିଦେଶକୁ ରପ୍ତାନି କରାଯାଇଥିବା ବେଳେ ୨୦୨୧-୨୨ ବର୍ଷରେ ତାହା ୪୫୨୬ କୋଟିରେ ପହଞ୍ଚିଛି। ରାଜ୍ୟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ମତ୍ସ୍ୟ ଚାଷ ଓ ମତ୍ସ୍ୟ ଉତ୍ପାଦନର ସୁଯୋଗ ରହିଥିବାରୁ ଆଗାମୀ ୫ ବର୍ଷରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ସ୍ବାଇଁ କହିଥିଲେ।
ସମ୍ମାନିତ ଅତିଥି ଭାବେ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗ ଦେଇଥିଲେ।