ଶ୍ରୀଲଙ୍କାରେ ଚମକିଲେ ଓଡ଼ିଆ ଝିଅ ଶେଫାଳୀ, ମିସ୍ ବ୍ରିଟିଶ ଏମ୍ପୟାର-୨୦୧୯ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଜିଣିଲେ ମୁକୁଟ
ଭୁବନେଶ୍ୱର : ଓଡ଼ିଆ ମଡ଼େଲ ଶେଫାଳୀ ଉଦଗାତା ଏବେ ବିଦେଶରେ ଚମକିଛନ୍ତି । ଶ୍ରୀଲଙ୍କାରେ ଆୟୋଜିତ କରାଯାଇଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସ୍ ବ୍ରିଟିଶ ଏମ୍ପୟାର-୨୦୧୯ରେ ସେ ଦ୍ୱିତୀୟ ରନର୍ସ-ଅପ୍ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ବଲାଙ୍ଗୀରରେ ରହୁଥିବା ଶେଫାଳୀ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ଆଣିବା ସହ ଆଜି ଓଡ଼ିଶା ଫେରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କିଛି ଦିନ ତଳେ ସେ ଅପେରା ମିସ୍ ଇଣ୍ଡିଆ ଗ୍ଲୋବାଲ ୨୦୧୯ ଜିତିବା ପରେ ତାଙ୍କୁ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା । ଯେଉଁଠି ତାଙ୍କ ସହ ୭୯ପ୍ରତିଯୋଗୀ ପୁରସ୍କାର ପାଇଁ ଲଢ଼େଇ କରିଥିଲେ । ଉଦଗାତା ଟ୍ୟାଲେଣ୍ଟ ରାଉଣ୍ଡରେ ଓଡ଼ିଶୀ ନାଚି ଉପସ୍ଥିତ ଲୋକଙ୍କ ମନ କିଣିଥିଲେ ବୋଲି ଜଣା ପଡ଼ିଛି । ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧି ବଳରେ ସେ ୭୯ପ୍ରତିଯୋଗୀଙ୍କ ମଧ୍ୟରୁ ଦ୍ୱିତୀୟ ରନର୍ସ-ଅପ୍ ହେବାରେ ସଫଳ ହୋଇଥିଲେ ଶେଫାଳୀ।