ଭୁବନେଶ୍ୱର : ଓଡ଼ିଆ ଭାଷା-ସାହିତ୍ୟ-ଚର୍ଚ୍ଚା କ୍ଷେତ୍ରରେ ଓଡ଼ିଶାର ସର୍ବପ୍ରାଚୀନ ଅନୁଷ୍ଠାନ ‘ଓଡ଼ିଆ ଗବେଷଣା ପରିଷଦ’ ପକ୍ଷରୁ ୨୦୨୨ ବର୍ଷର ପୁରସ୍କାର ଘୋଷିତ ହୋଇଛି। ପରିଷଦର ପ୍ରତିଷ୍ଠାତା ସଂପାଦକ ଡକ୍ଟର କ୍ଷେତ୍ରବାସୀ ନାୟକଙ୍କ ନାମରେ ପ୍ରବର୍ତ୍ତିତ ‘କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର’ ଏହି ବର୍ଷପାଇଁ ବିଶିଷ୍ଟ କବି ଓ ପ୍ରାବନ୍ଧିକ ଶୈଳଜ ରବିଙ୍କୁ ଏବଂ ପ୍ରତିଷ୍ଠାତା-ସଭାପତି ଡକ୍ଟର କୃଷ୍ଣଚରଣ ବେହେରାଙ୍କ ନାମରେ ପ୍ରବର୍ତ୍ତିତ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ବିଶିଷ୍ଟ ମନୋବିଜ୍ଞାନୀ ପ୍ରଫେସର ଫକୀରମୋହନ ସାହୁଙ୍କୁ ପ୍ରଦାନ କରାଯିବ। ପୁରସ୍କାର ରୂପେ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଅର୍ଥ ରାଶି ସହିତ ମାନପତ୍ର, ଅଙ୍ଗବସ୍ତ୍ର ଓ ସ୍ମାରକୀ ପ୍ରଦତ୍ତ ହେବ।

Advertisment

ଆଗାମୀ ୨୧ ତାରିଖ ରବିବାର, ଦିନ ୧୦ଟା ସମୟରେ, କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଉଦ୍‌ଘାଟକ ପ୍ରଫେସର ନିବେଦିତା ମହାନ୍ତି ଓ ମୁଖ୍ୟ ଅତିଥି ପ୍ରଫେସର ଜଗନ୍ନାଥ ଦାଶ ଯୋଗଦେଇ ଏହା ପ୍ରଦାନ କରିବେ ବୋଲି ପରିଷଦ ପକ୍ଷରୁ ସଭାପତି ସୁଧୀର ଚନ୍ଦ୍ର ବେହୁରା, ଉପସଭାପତି ଅସିତ ମହାନ୍ତି ଓ ସଂପାଦକ ଗୌରାଙ୍ଗ ଚରଣ ଦାଶ ଜଣାଇଛନ୍ତି।