ମୁଣ୍ଡୁଳି ବ୍ୟାରେଜରେ ହାତୀ ଉଦ୍ଧାର ବେଳେ ଅଘଟଣ, ଓଲଟିଲା ଓଡ୍ରାଫର ରବର ଡଙ୍ଗା

ଭୁବନେଶ୍ବର : ମୁଣ୍ଡୁଳି ବ୍ୟାରେଜ ତଳେ ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି । ମାତ୍ର ଏପର୍ଯ୍ୟନ୍ତ ହାତୀକୁ ଉଦ୍ଧାର କରାଯାଇ ପାରିନାହିଁ । ତେବେ ହାତୀକୁ ଉଦ୍ଧାର କରିବାକୁ ନଦୀକୁ ଓହ୍ଲାଇଥିବା ଓଡ୍ରାଫ ଟିମର ରବର ବୋଟ୍ ଓଲଟି ପଡ଼ିଛି । ଏହା ଫଳରେ କେତେକ ଓଡ୍ରାଫ କର୍ମଚାରୀ ପାଣି ଭିତରକୁ ଖସିପଡ଼ିଛନ୍ତି । ବୋଟରେ କେତେକ ସାମ୍ବାଦିକ ମଧ୍ୟ ଥିବାରୁ ସେମାନେ ମଧ୍ୟ ପାଣିରେ ଖସିପଡ଼ିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । କେତେକ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଗତ ରାତିରେ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୭ଟି ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଟି ହାତୀ  ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟରେ ଲାଗିଛନ୍ତି । ତେବେ ଗୋଟିଏ ହାତୀ ବ୍ୟାରେଜ ନିକଟରେ ଫସି ରହିଛି । ଘଟଣାସ୍ଥଳରେ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର