ବିଦ୍ୟୁତ ଦର ବୃଦ୍ଧିି ପାଇଁ ଦୁଇଟି ସଂସ୍ଥାର ଆବେଦନକୁ ଖାରଜ କଲେ ଓଇଆରସି

ଭୁବନେଶ୍ୱର: ୟୁନିଟ୍‌ ପିଛା ବିଦ୍ୟୁତ ଦର ୨ ଟଙ୍କା ବୃଦ୍ଧି ପାଇଁ କରାଯାଇଥିବା ୩ଟି କମ୍ପାନିର ଆବେଦନ ମଧ୍ୟରୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ୨ଟି ସଂସ୍ଥାର ଆବେଦନକୁ ଆଜି ଖାରଜ କର ଦେଇଛନ୍ତି। ଫଳତ ବିଦ୍ୟୁତ ଉପଭୋକ୍ତାମାନେ ସାମୟିକ ଆଶ୍ୱସ୍ତି ପାଇଛନ୍ତି। ବର୍ତ୍ତମାନ ବିଦ୍ୟତ ଦର ବୃଦ୍ଧିି ସମ୍ଭାବନାକୁ ସାମୟିକ ସମୟ ପାଇଁ ଏଡାଇ ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)।
ବିଦ୍ୟୁତ ଦର ବୃଦ୍ଧି ନେଇ ଓପିଜିସି ଓ ଓଏଚପିସି ଓ ଗ୍ରୀଡକୋ ତରଫରୁ ଓଡ଼ିଶା ବି୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଆବେଦନ କରାଯାଇଥିବା ବେଳେ ଆଜି ମାମଲାର ଶୁଣାଣି ଶେଷ ହୋଇଛି । ଓପିଜିସି ଓ ଓଏଚ୍‌ପିସିର ଆବେଦନକୁ ଓଇଆରସି ଖାରଜ କରି ଦେଇଥିବା ବେଳେ ଗ୍ରୀଡ଼କୋ କରିଥିବା ଆବେଦନର ରାୟ ପ୍ରକାଶ ପାଇନାହିଁ।
ଦୁଇଟି ସଂସ୍ଥାର ମାମଲା ଖାରଜ ପରେ ବିଜୁଳି ଦର ବୃଦ୍ଧି ନ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଗତ ମାର୍ଚ୍ଚ ୨୩ ତାରିଖରେ ବିଦ୍ୟୁତ ଶୁଳ୍କ ୟୁନିଟ୍‌ ପିଛା ୧୦ ପଇସା ବୃଦ୍ଧି ହୋଇଥିଲା। ଏହାର ୪ ମାସ ପରେ ଦର ସଂଶୋଧନ ଲାଗି ଓପିଜିସି, ଓଏଚପିସିଓ ଗ୍ରୀଡକୋ ଭଳି କିଛି ସଂସ୍ଥା ତରଫରୁ ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଇଥିଲା। ଗତ ଅଗଷ୍ଟ ୧୬ରେ ଏହି ରିଭ୍ୟୁ ପିଟିସନ ନେଇ ଓଇଆରସି ଶୁଣାଣି କରିଥିବା ବେଳେ ଆଜି ଓପିଜିସ ଓ ଓଏଚପିସିଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର