ଓଇଏସ୍ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଇଏସ୍ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଏଥିରେ ରମାଦେବୀ ବିଶ୍ବବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ମିହିର ରଂଜନ ସେଠୀଙ୍କୁ ଭୁବନେଶ୍ବର ଆଞ୍ଚଳିକ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ଫେରି ଉଚ୍ଚଶିକ୍ଷା ବିଭାଗରେ ଥିବା ଅର୍ଥନୀତିର ଆସୋ‌ସିଏଟ୍ ପ୍ରଫେସର ସତ୍ୟଜିତ ଦାସଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଉପନି‌େର୍ଦ୍ଦଶକ (ଏନ୍‌ସିସି), ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଆସୋସିଏଟ୍‌ ପ୍ରଫେସର ପ୍ରଶାନ୍ତ କୁମାର ଦାଶଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ, ଉତ୍କଳ ବିଶ୍ବବିଦ୍ୟାଳୟରୁ ଫେରି ଉଚ୍ଚଶିକ୍ଷା ବିଭାଗରେ ଥିବା ଉଦ୍ଭିଦ ବିଜ୍ଞାନର ରିଡର ପ୍ରଦୀପ କୁମାର ବେହେରାଙ୍କୁ +୨ କା‌ଉନସିଲ୍‌ର ଉପ ସଚିବ (ବାରିପଦା ଜୋନ୍), ବାରିପଦା ଜୋନ୍‌ର ଉପସଚିବ ହେମନ୍ତ କୁମାର ଘଡ଼େଇଙ୍କୁ ବାଲେଶ୍ବରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ, ଏସ୍‌ସିଏସ୍ ସ୍ବୟଂଶାସିତ ମହାବିଦ୍ୟାଳୟ, ପୁରୀର ଶିକ୍ଷା ବିଭାଗର ଆସୋସିଏଟ୍ ପ୍ରଫେସର ଶଙ୍କର୍ଷଣ ଦାସଙ୍କୁ ଏସ୍‌ସିଏସ୍ ସ୍ବୟଂଶାସିତ ମହାବିଦ୍ୟାଳୟର ଭାଇସ୍ ପ୍ରିନସିପାଲ୍‌, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ରସାୟନ ବିଭାଗର ଆସୋସିଏଟ୍ ପ୍ର‌େଫସର ଇନ୍ଦୁ ଭୂଷଣ ମହାନ୍ତିଙ୍କୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଭାଇସ୍ ପ୍ରିନସିପାଲ୍ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର