ଭିଜିଲାନ୍ସ ଜାଲରେ ଓଏଫ୍‌ଡିସି ଅନୁଗୁଳ ଡିଭିଜନାଲ ମ୍ୟାନେଜର

କଟକ : ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଅନୁଗୁଳ ଜଙ୍ଗଲ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଡିଭିଜନାଲ ମ୍ୟାନେଜର ମହେଶ୍ବର ପ୍ରଧାନ ଭିଜିଲାନ୍ସ ହାତରେ ଛନ୍ଦି ହୋଇଛନ୍ତି। ସୋମବାର ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ପଟିଆସ୍ଥିତ ଫ୍ଲାଟ୍‌, ଜାଗମରାସ୍ଥିତ ଦୁଇମହଲା ଘର, ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରସ୍ଥିତ ଦୁଇମହଲା ଘର, ଅନୁଗୁଳ ପାଲଲହଡ଼ାସ୍ଥିତ ପେଟ୍ରୋଲ ପମ୍ପ, କ˚ସରସ୍ଥିତ ଘର, ଅନୁଗୁଳସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଛି।

ଚଢ଼ଉ ବେଳେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ୨କୋଟି ୬୫ଲକ୍ଷ ୩୧ହଜାର ୧୨୭ ଟଙ୍କାର ସମ୍ପତ୍ତି ରେକର୍ଡ କରାଯାଇଛି। ସେଥିମଧ୍ୟରେ ୫୬ଲକ୍ଷ ୪୯୦୦୨ ଟଙ୍କାର ଜାଗମରା ଓ ଲକ୍ଷ୍ମୀନାରାୟଣପୁରସ୍ଥିତ ଘର ଥିବାବେଳେ କ˚ସରସ୍ଥିତ ଘରର ମୂଲ୍ୟ ୧୫ଲକ୍ଷ ୪୯ହଜାର ୧୨୭ ଟଙ୍କା ରେକର୍ଡ କରାଯାଇଛି। ଏହାବାଦ୍‌ ଜାଗମରା, ପିପିଲି ଓ ଦେଓଗଡ଼ର ବାର‌୍‌କୋଟରେ ଥିବା ୧୧ଲକ୍ଷ ୪ହଜାର ୫୮୪ ଟଙ୍କାର ଜମି, ୩୬ଲକ୍ଷ ୧୧ହଜାର ୬୦୪ ଟଙ୍କାର ପେଟ୍ରୋଲ ପମ୍ପ, ୬ଲକ୍ଷ ୬୨ହଜାର ୩୭୬ ଟଙ୍କାର କାର‌୍‌, ୪୭ହଜାର ଟଙ୍କାର ବାଇକ୍‌, ୧କୋଟି ୨୬ଲକ୍ଷ ୩୯ହଜାର ୯୯୩ ଟଙ୍କାର ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ ଓ ଅର୍ଥନୈତିକ ଅନୁଷ୍ଠାନରେ ଜମାରାଶି, ୭ଲକ୍ଷ ୫ହଜାର ୧୩ ଟଙ୍କାର ଘରୋଇ ଆସବାବପତ୍ର, ୩ଲକ୍ଷ ୭୩ହଜାର ୧୫୮ ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧ଲକ୍ଷ ୮୯ ହଜାର ୨୭୦ ଟଙ୍କାର ନଗଦ ଟଙ୍କା ରେକର୍ଡଭୁକ୍ତ ହୋଇଛି। ଏବେ ବି ତଦନ୍ତ ଜାରି ରହିଥିବାରୁ ଆହୁରି ଅଧିକ ଟଙ୍କାର ସମ୍ପତ୍ତି ବାହାରିବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର