ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ଭୁବନେଶ୍ୱରର ତିନି ସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀ

ଭୁବନେଶ୍ୱର: ଗତ ଶୁକ୍ରବାର ଭଳି ଆଜି ବି ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଥିବାର ଦେଖିବାକୁ ମିଳିଛି। ସପ୍ତାହର ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ବିଏମସିର ନିଷ୍ପତ୍ତି ଅନୁଯାୟୀ ଆଜି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି । ସୂଚନାଯୋଗ୍ୟ, ବିଏମସି , ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮ ଶହ କର୍ମଚାରୀ କାମ କରୁଛନ୍ତି ।
ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ,ଏଥିନେଇ ଏକ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନ । ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ । କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ ରହିବେ ଓ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବ ବୋଲି ବିଏମସି କମିସନର କହିଛନ୍ତି ।
ଏବେ ପ୍ରତି ଶୁକ୍ରବାର ସାଇକେଲ୍ ବାର । ବିଏମସି, ବିଡିଏ ଓ ବିଏସସିଏଲରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକେଲରେ ଆସିବା ବାଧ୍ୟତାମୂଳକ କରାଯାଇଛି । ଗତ ଶୁକ୍ରବାରରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇସାରିଛି । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି ।

ସମ୍ବନ୍ଧିତ ଖବର