ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା, ଭୁବନେଶ୍ବର, କଟକ ଓ ସଂକ୍ରମଣ ବଢୁଥିବା ଜିଲ୍ଲାରେ ଲାଗୁହେବ

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ କେତେକ କଟକଣା ଲଗାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ବର, କଟକ ଓ ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଇଛି ସେଠାରେ ସରକାରୀ ଅଫିସଗୁଡ଼ିକରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜରୁରୀ ପରିସ୍ଥିତରେ ବରିଷ୍ଠ ଅଧିକାରୀଙ୍କ ଅନୁମତିକ୍ରମେ ପ୍ରବେଶ ଅନୁମତି ମିଳିପାରିବ । ସାଧାରଣ ଲୋକଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ରହିଛି, ସେମାନେ ଇ-ଅଭିଯୋଗ ପୋର୍ଟାଲର ଉପଯୋଗ କରିପାରିବେ । ଅନ୍ୟପକ୍ଷରେ ଅଫିସ ଓ ଅନ୍ୟ ସ୍ଥାନରେ ବୈଠକ ଓ ସଭା ଆଦି ଆୟୋଜନକୁ ବାରଣ କରାଯାଇଛି । ଜରୁରୀ ବୈଠକ କ୍ଷେତ୍ରରେ ସାମାଜିକ ଦୂରତ୍ବ ପାଳନ କରାଯିବ ଓ ପରସ୍ପରଠାରୁ ୨ ମିଟର ଦୂରତାରେ ବସି କର୍ମଚାରୀ ବୈଠକ କରିହେବ ।

ସାଧାରଣ ଲୋକଙ୍କ ପାଇଁ  ବିଡିଏ, ବିଏମସି ଅଫିସରେ ପ୍ରବେଶ କଟକଣା

ଭୁବନେଶ୍ବର : ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବିଡିଏ ଓ ବିଏମସି ଅଫିସରେ ପ୍ରବେଶକୁ ନିଷେଧ କରାଯାଇଛି । ସାଧାରଣ ଲୋକଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ରହିଛି, ସେମାନେ ବିଡିଓ-ବିଏମସି ଓ ସ୍ମାର୍ଟସିଟିର ଥିବା ଏକକ ପୋର୍ଟାଲ bhubaneswar.me କୁ ଯାଇ ସିଟିଜେନ ସର୍ଭିସେସରେ ତାହାକୁ ଦାଖଲ କରିପାରିବେ । ସେମାନେ ମଧ୍ୟ ବିଏମସି ଟେଲିଫୋନ ନମ୍ବର ୦୬୭୪-୨୪୩୧୨୫୩ କିମ୍ବା ଇମେଲ: [email protected] ଏବଂ ବିଡିଏର ଫୋନ ନଂ ୦୬୭୪-୨୩୯୨୨୮୦ କିମ୍ବା ଇମେଲ ଆଇଡି [email protected] ରେ ଅଫିସ ସମୟରେ ଯୋଗାଯୋଗ କରିପାରିବେ ।

ସମ୍ବନ୍ଧିତ ଖବର