ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ଜଣାଯାଇଛି। ଏହାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣଭାବେ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି। ଏହାକୁ ୬ ତାରିଖରୁ ୧୪ ତାରିଖ ଯାଏଁ ସିଲ୍ କରାଯାଇଛି। ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଥିବାର ମଧ୍ୟ ସୂଚନା ମିଳିଛି।