ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଅଫିସ ଯିବା ସମୟକୁ ପରିବର୍ତ୍ତନ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏଣିକି ସରକାରୀ କର୍ମଚାରୀମାନେ ଦିନ ୧୦ଟାରୁ ଅଫିସ ଯିବେ ଏବଂ ସନ୍ଧ୍ୟା ସାଢ଼େ ୫ଟାରେ ଅଫିସ୍ରୁ ଫେରିବେ। ଅଫିସ୍ ସମୟରେ ଅଧ ଘଣ୍ଟା କର୍ମଚାରୀ ଲଞ୍ଚ ପାଇଁ ଯାଇପାରିବେ। ଏହି ସମୟ ଅପରାହ୍ଣ ସାଢ଼େ ଗୋଟିଏରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରଖାଯାଇଛି।
ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତି ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରିଛନ୍ତି। ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆଉ ଏକ ପାଦ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏଭଳି ଅଫିସ ସମୟ ଘୋଷଣା କରିଛନ୍ତି। ଏହି ନିୟମ ଖୁବ ଶୀଘ୍ର ଲାଗୁ ହେବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/secretariat-odisha.jpg)