ଭୁବନେଶ୍ବର: ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନି । ମନ୍ତ୍ରୀମାନଙ୍କ ହାତରେ ଲଗାମ ରହିବ । ସରକାର ଠିକ ଭାବରେ ଚାଲିବ ଆଉ ଅଫିସରମାନେ ମଧ୍ୟ ଠିକ ଭାବେ କାମ କରିବେ।

Advertisment

ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରମାନଙ୍କୁ କାମ କରିବାର ଅଛି ଆଉ ଆମକୁ କାମ କରେଇବାର ଅଛି । ରାଜ୍ୟବାସୀ ଏଇ ବିଶ୍ଵାସ ରଖନ୍ତୁ ସରକାର ଓ ସରକାରୀ ଅଧିକାରୀ ଲୋକଙ୍କ ପାଇଁ କାମ କରିବେ ବୋଲି  କ୍ୟାବିନେଟ ମନ୍ତ୍ରୀ ରବି ନାୟକ କହିଛନ୍ତି।

୨୪ ବର୍ଷର ସରକାରକୁ ଲୋକେ ଦେଖିଥିଲେ ଆଉ ଏବେ ଭାରତୀୟ ଜନତା ପାର୍ଟିର ସରକାରକୁ ଦେଖୁଛନ୍ତି । ଯେଉଁ ନିଷ୍ପତ୍ତି ପୂର୍ବ ସରକାର ୨୪ ବର୍ଷ ମଧ୍ୟରେ ନେଇ ପାରି ନଥିଲେ ବା ନେବାକୁ ଚିନ୍ତା କରି ନ ଥିଲେ ସେଇଭଳି ନିଷ୍ପତ୍ତି ବିଜେପି ସରକାର ଆସିବାର ପ୍ରଥମ ଦିନରେ ନେଇଛି। ଆଗକୁ ସରକାର ପ୍ରସ୍ତୁତ କରିଥିବା ୧୦୦ ଦିନର କାର୍ଯ୍ୟ ଖସଡ଼ା ଭିତରେ ଏଇଭଳି ନିଷ୍ପତ୍ତି ରାଜ୍ୟବାସୀ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି।