ସୁକିନ୍ଦା: ସୁକିନ୍ଦା ବ୍ଲକ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗର ତଦନ୍ତ କରିଛନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ। ଯାଜପୁର ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସତ୍ୟସୁନ୍ଦର ସାହୁ ଓ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବୈଷୟିକ ଅଧିକାରୀ ଦୀପକ କୁମାର ଆଚାର୍ଯ୍ୟ ପହଞ୍ଚି ଏହାର ତଦନ୍ତ କରିଥିଲେ। ସୁକିନ୍ଦାଗଡ଼ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଉପରମହଲା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ରଡ୍, ସିମେଣ୍ଟ, ପାଉଁଶ ଇଟାର ବ୍ୟବହାର କରାଯାଇଥିବା ସଂକ୍ରାନ୍ତରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ପଞ୍ଚାୟତର କଦଳେଇ ମହାଦେବ ମନ୍ଦିର ପାଚେରି ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇଥିଲା। ଏହାପରେ ଏହି ଦୁଇ ଅଧିକାରୀ ପହଞ୍ଚି କାମର ଯାଞ୍ଚ କରିଥିଲେ।
ଅନ୍ୟପଟେ ଅଭିଯୋଗକାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧିକାରୀଦ୍ବୟ ତଦନ୍ତ ସାରି ଚାଲିଯାଇଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ ବି ତଦନ୍ତ ସମ୍ପର୍କିତ କୌଣସି ତଥ୍ୟ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି। ଯଦି ଉପରୋକ୍ତ କାମର ଠିକ୍ ଭାବେ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ଆଇନର ଆଶ୍ରୟ ନିଆଯିବ ବୋଲି ଅଭିଯୋଗକାରୀ ଯାତ୍ରାକର ଜେନା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/19-9.jpg)