ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସଂସ୍କୃତି ଅଧିକାରୀମାନେ ନେତୃତ୍ୱ ନିଅନ୍ତୁ: ସଂସ୍କୃତି ମନ୍ତ୍ରୀ

ସମୀକ୍ଷା ବୈଠକରେ ଟେକ୍ନୋଲୋଜି ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହେଉଛି ଓଡ଼ିଶାର ପ୍ରମୁଖ ପରିଚୟ ଓ ଏହି କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ସଂସ୍କୃତି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତିା ଜିଲ୍ଲା ସଂସ୍କୃତି ଅଧକାରୀମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବୁଧବାର ଅଧିକାରୀମାନଙ୍କୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ୫ ଟି’ ମନ୍ତ୍ରରେ ଅନୁପ୍ରେରିତ ହେବାକୁ କହିଛନ୍ତିା

ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କଳାସଂସ୍କୃତି ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥଲୋ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ନାଟ୍ୟ ମଣ୍ଡପ ନିର୍ମାଣ ନିମନ୍ତେ ବିଚାର କରୁଛନ୍ତିା ଏହା ସହିତ ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷା ନିମନ୍ତେ ବିଭାଗ ଗୁରୁତ୍ୱ ଆରୋପ କରିଛିା

ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ ସଂସ୍କୃତି ଅଧିକାରୀମାନେ ନିଜ ନିଜର ଅଭିନବତ୍ୱ ପ୍ରତିପାଦନ ସହିତ ଟେକ୍ନୋଲୋଜିର ଉପଯୋଗ କରି ବିବିଧ କାର୍ଯ୍ୟାନ୍ଵୟନର ମାର୍ଗ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଥଲୋ ଯଥାର୍ଥ ନିଷ୍ଠା ଓ ଶୃଙ୍ଖଳାର ସହିତ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କଲେ ସମୀକ୍ଷାର ଆବଶ୍ୟକତା ରହିବ ନାହିଁ ବୋଲି ଦର୍ଶାଇ ମନ୍ତ୍ରୀ କହିଥିଲେ ଯେ, ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ବିଭାଗ ପକ୍ଷରୁ ବୃତ୍ତିଗତ ପ୍ରଯତ୍ନ ଓ ବ୍ୟବହାରିକ ସଫଳତାକୁ ଦୃଷ୍ଟିରେ ରଖ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବା

ବୈଠକରେ ବିଭିନ୍ନ ଜିଲ୍ଲାରୁ ଆଗତ ସଂସ୍କୃତି ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ରୂପାୟନ ବାବଦରେ ତଥ୍ୟ ପ୍ରଦାନ କରିଥଲୋ ବିଶେଷ କରି ଭାଗବତ ଟୁଙ୍ଗୀର ପୁନରୁଦ୍ଧାର, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଅଗ୍ରଗତି, କଳା ସଂସ୍କୃତି ସଂଘଗୁଡ଼ିକର କାର୍ଯ୍ୟକ୍ରମ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଉପରେ ବିସ୍ତୃତ ବିବରଣୀ ସଂଗ୍ରହ କରାଯାଇଥଲାା

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ଅବସରରେ ଦୁଇବର୍ଷ ଧରି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗାନ୍ଧୀରଚନା ବିତରଣ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଶୋଭାଯାତ୍ରା, ଶିଳ୍ପୀ ଶିବିର, ସ୍ୱଚ୍ଛ ଓଡ଼ିଶା ଅଭିଯାନ, ବୃକ୍ଷରୋପଣ, ମାର୍ଗ ଓ ଉଦ୍ୟାନ ନାମକରଣ, ସର୍ବଧର୍ମ ପ୍ରାର୍ଥନା ଓ ରାମଧୂନ୍‌ ଏବଂ ସଭାସମିତି ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଛି ବୋଲି ବୈଠକରେ ଅଧିକାରୀମାନେ ସୂଚନା ଦେଇଥଲୋ

ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉପସ୍ଥିର ରହି ସଂସ୍କୃତି ଅଧିକାରୀମାନେ ବିଭିନ୍ନ ଯୋଜନାର ସଫଳତା ନିମନ୍ତେ ସେମାନଙ୍କର ଆନ୍ତରିକତା ଓ ଲୋକାଭିମୁଖୀ ନିଷ୍ଠାକୁ ପ୍ରମାଣିତ କରିବାରେ ହିଁ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି କହିବା ସହିତ ପ୍ରତି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥଲୋ ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ ଏବଂ ଯୁଗ୍ମ ନିର୍ଦ୍ଦେଶକ ମନସ୍ୱନୀ ସାହୁଙ୍କ ସମେତ ଅନ୍ୟ ପଦାଧକାରୀମାନେ ଉପସ୍ଥିତ ଥଲୋ

ସମ୍ବନ୍ଧିତ ଖବର