ଅମଲା ସଂଘର କଲମ ଛାଡ଼ ଆନ୍ଦୋଳନ ଚେତାବନୀ

କଟକ : ବିଭାଗୀୟ ମୁଖ୍ୟ ଅମଲା ଓ ସେକସନ୍‌ ଅଫିସରଙ୍କ କ୍ୟାଡର ପୁର୍ନଗଠନ ନିଷ୍ପତ୍ତି କାର୍ଯ୍ୟକାରୀ ନହେବାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଅଗଷ୍ଟ ୧ ତାରିଖରେ ସଂଘ ପକ୍ଷରୁ କଲମଛାଡ଼ ଆନ୍ଦୋଳନ କରାଯାଇଥିବା ବେଳେ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦିଆଯାଇଥିଲା। ଅଧିକାରୀ ଆନ୍ଦୋଳନରୁ ଓହରି କେବଳ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରି ଆସୁଥିଲେ। କିନ୍ତୁ ଏଯାଏ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆସନ୍ତା ୧୭ ତାରିଖରୁ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅଶୋକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରାମର୍ଶଦାତା ମଧୁ ମଲ୍ଲିକ, କୁଳମଣି ନାୟକ, ଅନନ୍ତ ପ୍ରଧାନ, ଶଶୀଭୂଷଣ ଆରଣ, ବିଭୂପ୍ରସାଦ ଲେଙ୍କା, ବିଶ୍ୱଜିତ ସାହୁ, ବିଦେଶୀ ମହାକୁଡ, ପ୍ରଭାତ ବେହେରା, ଶ୍ରୀକାନ୍ତ ଦାସ, ଦେବାନନ୍ଦ ଦାସ, ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର