ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘର ୱେବସାଇଟ୍‌ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଶା ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘର ନିଜସ୍ବ ୱେବସାଇଟ୍‌ ଆଜି ଉଦ୍‌ଘାଟିତ ହୋଇଛି। ରାଜ୍ୟ ଆୟୁଷ ନିର୍ଦେଶକ ଭୁପେଶ କୁମାର ‌ବେହେରା ଏହାକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସରକାରୀ ଆୟୁର୍ବେଦ ଡାକ୍ତରମାନେ ଏହି ୱେବସାଇଟ୍‌ ଜରିଆରେ ନିଜର ପଞ୍ଜୀକରଣ କରିପାରିବେ। ଏହାସହ ପ୍ରତିଦିନର ସମାଚାର, କାର୍ଯ୍ୟପନ୍ଥା ତଥା ଘଟଣା ଜାଣିବା ଲାଗି ଏହି ୱେବସାଇଟ୍‌ ଏକ ପ୍ରକୃତ ମାଧ୍ୟମ ହେବ ବୋଲି କୁହାଯାଇଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ଡା.ଚିତ୍ତରଂଜନ ବେହେରା, କାର୍ଯ୍ୟକାରୀ ସଭାପତି ଡା.ଅନନ୍ତ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଣୁପ୍ରଭା ମହାପାତ୍ର, ବିଜୟ କୁମାର ପଣ୍ଡା, ଭବାନୀ ଶଙ୍କର ପାଲ, ଏସ୍‌ପି ବିଶ୍ବାଳ, ମାଧମ କୁମାର ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ। ଭିଆଇଟି-ଇଣ୍ଡିଆ ଏହି ୱେବସାଇଟ୍‌କୁ ଡିଜାଇନ୍ କରିଛନ୍ତି।

ସମ୍ବନ୍ଧିତ ଖବର