ରାଉରକେଲା : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଓ୍ଵବସାଇଟ୍କୁ କେହି ଦୁର୍ବୃତ୍ତ ହ୍ୟାକ କରି ସେଥିରେ ଉପଲବ୍ଧ ପରୀକ୍ଷା ସମ୍ପର୍କିତ ମୂଳ ସୂଚନାକୁ ହଟାଇ ଦେଇଛି। ପରିବର୍ତ୍ତିତ ବିଭ୍ରାନ୍ତକାରୀ ତଥ୍ୟ ଫେସବୁକ୍ ଓ ଟିଟର୍ ଆଦି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଆଜି ସଂଧ୍ୟାରେ ଏଭଳି ବିଭ୍ରାଟ ସମ୍ପର୍କରେ ସୂଚନା ପାଇବା ପରେ ବିପିୟୁଟି ପରୀକ୍ଷା ବିଭାଗର ନିର୍ଦ୍ଦେଶକ ଛେଣ୍ଡ ଥାନାରେ ଏତଲା ଦେଇଛନ୍ତି। କେଉଁ ଆଇଡିରୁ ଏଭଳି ବିଭ୍ରାଟ ସୃଷ୍ଟି କରାଯାଇଛି ଓ କେଉଁମାନେ ସମ୍ପୃକ୍ତ, ସେମାନଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବିପିୟୁଟି ପକ୍ଷରୁ ଦାବି କରାଯାଇଛି। ବିପିୟୁଟିର ସପ୍ତମ ସେମିଷ୍ଟାର ପରୀକ୍ଷା ଆଗାମୀ ୩୦ରେ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ୩୧ ତାରିଖରେ କରାଯିବାକୁ ବିପିୟୁଟି ପକ୍ଷରୁ ନିଜ ଓ୍ଵବସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିଛି ଦୁର୍ବୃତ୍ତ ୩୦ ଓ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାର ତାରିଖ ପରିବର୍ତ୍ତନ କରି ସେହି ସ୍ଥାନରେ ନଭେମ୍ବର ୧୧ ଲେଖି ସୋସିଆଲ ମିଡିଆରେ ଛାଡି ଦେଇଥିବା ଜଣାପଡ଼ିଛି। ଫୋନ କଲ ଏବଂ ସୋସିଆଲ ମିଡିଆରେ ଏପରି ଭୁଲ ତଥ୍ୟ ଦେଖିବା ପରେ ବିପିୟୁଟି ଅଧିକାରୀମାନେ ଥାନାରେ ଅଭିଯୋଗ କରିଥିଲେ।
ବିପିୟୁଟି ଓ୍ଵବସାଇଟ୍ ହ୍ୟାକ୍, ଥାନାରେ ଏତଲା
/sambad/media/post_attachments/wp-content/uploads/2017/10/bput-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)