ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ୍’ର ଆଧିକାରିକ ୱେବସାଇଟର (www.sambadgroup.in) ଶୁଭାରମ୍ଭ କରାଯାଇଛି। ମାତ୍ର ଗୋଟିଏ କ୍ଲିକ୍ରେ ଏହି ୱେବସାଇଟରରୁ ‘ସମ୍ବାଦ ଗ୍ରୁପ୍’ ସଂପର୍କିତ ସମସ୍ତ ସୂଚନା ପ୍ରାପ୍ତ କରିହେବ।
ଏହି ୱେବସାଇଟର ହୋମ୍ ପେଜରେ ‘ସମ୍ବାଦ ଗ୍ରୁପ୍’ ଅଧିନସ୍ଥ ‘ସମ୍ବାଦ’ , ‘କନକ ନ୍ୟୁଜ’, ‘ରେଡିଓ ଚକଲେଟ‘, ‘ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍ମେଣ୍ଟ’, ‘ଇଏମ ଡିଜିଟାଲ୍’, ‘ସମ୍ବାଦ ସ୍କୁଲ ଅଫ୍ ମିଡିଆ ଆଣ୍ଡ କଲଚର’ (ସୋମାକ୍), ‘ଆମ ଓଡ଼ିଶା’ ଓ ‘ସାହିତ୍ୟ ଘର’ ଆଦି ସମସ୍ତ ବିଭାଗ ସମ୍ପର୍କରେ ସୂଚନା ରହିଛି। ଏଥିସହିତ ରାଜ୍ୟର ତିନିଟି ଅଗ୍ରଣୀ ନ୍ୟୁଜ ପୋର୍ଟାଲର (ସମ୍ବାଦ ଡଟ୍ ଇନ୍, କନଜ ନ୍ୟୁଜ ଡଟ୍ କମ୍ ଏବଂ ସମ୍ବାଦ ଇଂଲିସ୍ ଡଟ୍ କମ୍) ସର୍ଟକର୍ଟ ଏହି ୱେବସାଇଟରେ ଉପଲବ୍ଧ । ଖବର ପରିବେଷଣ କରୁଥିବା ସ୍ମାର୍ଟଫୋନ୍ ଆପ୍ (ସମ୍ବାଦ ଓ କନକ ନ୍ୟୁଜ ଆପ୍), ମନୋରଞ୍ଜନର ଖୋରାକ ଯୋଗାଉଥିବା ରେଡିଓ ଚକ୍ଲେଟ ଆପ୍ ଏବଂ ଓଡ଼ିଆ ଯାତ୍ରା ଓ ମନୋରଞ୍ଜନର ଭିଡିଓ ସମ୍ବଳିତ ୟୁଟ୍ୟୁବ ଚାନେଲକୁ ନେଇ ସମ୍ବାଦ ଗ୍ରୁପ ଡିଜିଟାଲ ଓଡ଼ିଶାରେ ଡିଜିଟାଲ କ୍ଷେତ୍ରରେ ଏକ ବିପ୍ଲବ ଆଣିଛି।
/sambad/media/post_attachments/wp-content/uploads/2019/11/IMG_2208.jpg)
ୱେବସାଇଟ୍ ଲୋକାର୍ପଣ ଅବସରରେ ‘ସମ୍ବାଦ ଗ୍ରୁପ୍’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ‘ରାଜ୍ୟର ସର୍ବବୃହତ ଗଣମାଧ୍ୟମ ସଂସ୍ଥା ଭାବେ ଆମର ସମସ୍ତ ବ୍ରାଣ୍ଡ ସମ୍ପର୍କରେ ପାଠକମାନେ ଯେପରି ଗୋଟିଏ ସ୍ଥାନରୁ ସୂଚନା ପାଇ ପାରିବେ ସେଥିଲାଗି ଏକ ୱେବସାଇଟର ଆବଶ୍ୟକତା ଥିଲା, ତାହା ଆଜି ପୂରଣ ହୋଇଛି।’ ଏହି ଅବସରରେ ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/IMG_2197.jpg)