ଗୁରୁବାର ତାରିଖ ଘୋଷଣା: ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫ୍‌ଲାଇନ୍‌ରେ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫ୍‌ଲାଇନରେ ପରୀକ୍ଷା ଦେଇପାରିବେ। ସିଏଚ୍‌ଏସ୍‌ଇ ପରୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଅଫ୍‌ଲାଇନ୍‌ରେ ପରୀକ୍ଷା ନେଇ ତାରିଖ ଘୋଷଣା ହେବ। ଅଫ୍‌ଲାଇନ ପରୀକ୍ଷାର ଫଳକୁ ଅନ୍ତିମ ରେଜଲ୍‌ଟ ବୋଲି ଧରାଯିବ।

ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେଇପାରିବେ। ସିଏଚ୍‌ଏସ୍‌ଇ ପକ୍ଷରୁ କଲେଜଗୁଡ଼ିକ ଲିଙ୍କ ଦିଆଯିବ। ପିଲାମାନେ ଏହି ଲିଙ୍କ ମାଧ୍ୟମରେ ପରୀକ୍ଷା ଦେଇ ପାରିବେ। ଅଫ୍‌ଲାଇନ୍‌ ପରୀକ୍ଷା ଗୁଡ଼ିକ ପ୍ରମୁଖ ବିଷୟରେ ହେବ। ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଯୋଗୁଁ ଶିକ୍ଷାବର୍ଷ ୨୦୨୦-୨୧ରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା। ଫଳରେ ରାଜ୍ୟ ସରକାର ବିକଳ୍ପ ମାଧ୍ୟମରେ ରେଜଲ୍ଟ ପ୍ରକାଶ କରିଥିଲେ। ବିଜ୍ଞାନରେ ୯୫.୧୫ ପ୍ରତିଶତ ଓ ବାଣିଜ୍ୟରେ ୯୪.୯୬ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ସେହିପରି ଯୁକ୍ତ ୨ କଳାରେ ୮୯.୪୯ ପ୍ରତିଶତ ଓ ଧନ୍ଦାମୂଳକରେ ୯୯.୧୬ ପ୍ରତିଶତ ପିଲା ପାସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର