୩୦ରୁ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା, ପଶ୍ଚିମ ଓଡ଼ିଶାରେ ୭୦ଟି କେନ୍ଦ୍ରରେ ୧୯୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ସମ୍ବଲପୁର : ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ହେବ। ଯେଉଁ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ମୂଲ୍ୟାୟନରେ ଅସନ୍ତୋଷ ପ୍ରକାଶ କରି ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି ସେମାନଙ୍କ ପାଇଁ ସବୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସାରା ରାଜ୍ୟରେ ଦଶମ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ୧୫,୧୧୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ୧୯୪୫ ଜଣ ପରୀକ୍ଷାର୍ଥୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ସୂଚନା ମିଳିଛି।

ପଶ୍ଚିମ ଓଡ଼ିଶାର ୧୯୪୫ ଛାତ୍ରଛାତ୍ରୀଙ୍କ ପାଇଁ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କଳାହାଣ୍ଡିର ୧୨ଟି(ଏମ୍‌ ରାମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାପିଠ,କଲମପୁର ଡିଏମ୍‌ ହାଇସ୍କୁଲ, ଧରମଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଲାମୁଣ୍ଡା ହାଇସ୍କୁଲ, ବିଶ୍ବନାଥପୁର ଗୋପବନ୍ଧୁ ହାଇସ୍କୁଲ, ଭବାନୀପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ, ଟିଏଚ୍‌ ରାମପୁର ସରକାରୀ ହାଇସ୍କୁଲ, କୋକସରା ଜବାହର ଉଚ୍ଚ ବିଦ୍ୟାପିଠ, କେସିଙ୍ଗା ନୋଡାଲ୍‌ ବିଦ୍ୟାପିଠ, ଜୁନାଗଡ଼ ଲଙ୍କେଶ୍ବରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନର୍ଲା ପିଏସ୍‌ ନୋଡାଲ ହାଇସ୍କୁଲ, ଜୟପାଟଣା ୟୁଏସ୍‌ ହାଇସ୍କୁଲ), ନୂଆପଡ଼ାର ୫ଟି(ଖରିଆର ବାଳିକା ଉଚ୍ଚ ବିଦ୍ୟାଳୟ, ବୋଡେନ ଏସ୍‌ଏସ୍‌ଡି ହାଇସ୍କୁଲ, କୋମନା ଜିତାମିତ୍ର ହାଇସ୍କୁଲ, ନୂଆପଡ଼ା ନ୍ୟାସନାଲ୍‌ ହାଇସ୍କୁଲ, ସିନାପାଲି ନୋଡାଲ୍‌ ହାଇସ୍କୁଲ), ବରଗଡ଼ର ୧୧ଟି(ଅତାବିରା ହାଇସ୍କୁଲ, ଭଟଲି ହାଇସ୍କୁଲ, ବରଗଡ଼ ଜର୍ଜ ହାଇସ୍କୁଲ, ଘେସ୍‌ ହାଇସ୍କୁଲ, ବରପାଲି ବାଳକ ଉଚ୍ଚ ବିଦ୍ୟାଳୟ, ବିଜେପୁର ହାଇସ୍କୁଲ, ଗାଈସିଲଟ ନୋଡାଲ୍‌ ହାଇସ୍କୁଲ, ପାଇକମାଲ ହାଇସ୍କୁଲ, ପଦମପୁର ଆର୍‌ବି ହାଇସ୍କୁଲ, ଭେଡେନ୍‌ ଏସ୍‌ଜେ ହାଇସ୍କୁଲ, ଝାରବନ୍ଧର ପଞ୍ଚାୟତ ହାଇସ୍କୁଲ), ସମ୍ବଲପୁରର ୭ଟି(ଜିଲ୍ଲା ସ୍କୁଲ, ରେଢ଼ାଖୋଲ ଜିସି ହାଇସ୍କୁଲ, କୁଚିଣ୍ଡା ହାଇସ୍କୁଲ, ମାନେଶ୍ବର ହାଇସ୍କୁଲ, ରେଙ୍ଗାଲି ନ୍ୟୁ ରମ୍ପେଲା ନୋଡାଲ ହାଇସ୍କୁଲ, ଗୋଲବଜାର ନୃସିଂହ ଗୁରୁ ଟାଉନ୍‌ ହାଇସ୍କୁଲ, ଧନୁପାଲି ଶ୍ରୀ ଗଣେଶ ବାଳିକା ଉଚ୍ଚ ବିଦ୍ୟାଳୟ, ଦେବଗଡ଼ର ୨ଟି(ଦେବଗଡ଼ ଆ୍‌ବିଡି ହାଇସ୍କୁଲ, ଡଁରା ପଞ୍ଚାୟତ ସମିତି ନୋଡାଲ୍‌ ହାଇସ୍କୁଲ), ଝାରସୁଗୁଡ଼ାରୁ ୨ଟି(ବେଲପାହାଡ଼ ଏ ବି ୟୁ ବିଦ୍ୟାଳୟ, ଝାରସୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ), ବଲାଙ୍ଗୀରର ୧୩ଟି(ବଙ୍ଗୋମୁଣ୍ଡା ଚମାର ମେହେର ହାଇସ୍କୁଲ, ବେଲପରା ବାଳିକା ହାଇସ୍କୁଲ, ସଇଁତଲା ବାଲିକା ଉଚ୍ଚ ବିଦ୍ୟାଳୟ, କଣ୍ଟାବା଼ଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ, ପାଟଣାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ଲୋଇସିଂଘା ଏଚ୍‌କେ ମହତାବ ହାଇସ୍କୁଲ, ହଳଦୀ ହାଇସ୍କୁଲ, ଖପ୍ରାଖୋଲ ନୋଡାଲ ହାଇସ୍କୁଲ, ଟିଟିଲାଗଡ଼ ମହେଶ୍ବର ହିନ୍ଦୀ ହାଇସ୍କୁଲ, ଝରାସିଂଘା ନେତ୍ରବନ୍ଧୁ ନୋଡାଲ୍‌ ହାଇସ୍କୁଲ, ବଲାଙ୍ଗୀର ପିଆର୍‌ ହାଇସ୍କୁଲ, ତୁସ୍ରା ହାଇସ୍କୁଲ, ସାଲେଭଟା ଉତ୍କଳମଣି ହାଇସ୍କୁଲ), ସୁବର୍ଣ୍ଣପୁରର ୬ଟି(ବିନକା ହାଇସ୍କୁଲ, ବିଏମ୍‌ପୁର ହାଇସ୍କୁଲ, ଡୁଙ୍ଗୁରିପାଲି ହାଇସ୍କୁଲ, ତରଭା ବାଳକ ଉଚ୍ଚ ବିଦ୍ୟାଳୟ, ସୋନପୁର ମହାରାଜା ହାଇସ୍କୁଲ, ଉଲୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲ), ସୁନ୍ଦରଗଡ଼ର ୯ଟି (ସୁନ୍ଦରଗଡ଼ ବିଏସ୍‌ ହାଇସ୍କୁଲ, ଲହୁଣିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ, ଲେଫ୍ରିପଡ଼ା ଜୟରାମ ହାଇସ୍କୁଲ, କାଲୁଙ୍ଗା ହାଇସ୍କୁଲ, କୁଟ୍‌ରା ହାଇସ୍କୁଲ, ପାନପୋଷ ମୁନସିପାଲ ନୋଡାଲ୍‌ ହାଇସ୍କୁଲ, ବୋନାଇଗଡ଼ ଆର୍‌ଡିଡି ହାଇସ୍କୁଲ, ସୁବଦେଗା ଉପେନ୍ଦ୍ର ହାଇସ୍କୁଲ, କୁଆରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ) ଏବଂ ବୌଦ୍ଧର ୩ଟି (ଖଲିଆପାଲି ୟୁଜି ହାଇସ୍କୁଲ, ବୌଦ୍ଧ ଯୋଗିନ୍ଦ୍ର ଦେବ ହାଇସ୍କୁଲ, ପୁରୁଣା କଟକ ହାଇସ୍କୁଲ) ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ବଲାଙ୍ଗୀରରୁ ସର୍ବାଧିକ ୩୮୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତଙ୍କର ଥର୍ମାଲ୍ ସ୍କାନିଂ କରାଯିବ। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମାଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ ଶିକ୍ଷକ/କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା ମଧ୍ୟ ହେବ।

କେଉଁ ଜିଲ୍ଲାରୁ କେତେ ଅଫ୍‌ଲାଇନ୍‌ ପରୀକ୍ଷା ଦେବେ
ଜିଲ୍ଲା       ପରୀକ୍ଷା କେନ୍ଦ୍ର ସଂଖ୍ୟା    ଛାତ୍ରଛାତ୍ରୀ ସଂଖ୍ୟା
କଳାହାଣ୍ଡି       ୧୨                     ୨୯୧
ନୂଆପଡ଼ା        ୫                      ୧୧୬
ବରଗଡ଼         ୧୧                    ୨୧୭
ସମ୍ବଲପୁର       ୭                      ୨୨୨
ଦେବଗଡ଼        ୨                        ୨୪
ଝାରସୁଗୁଡ଼ା      ୨                        ୬୨
ବଲାଙ୍ଗୀର       ୧୩                    ୩୮୭
ସୁବର୍ଣ୍ଣପୁର       ୬                      ୧୪୨
ସୁନ୍ଦରଗଡ଼       ୯                       ୩୧୯
ବୌଦ୍ଧ           ୩                       ୧୬୫
ମୋଟ         ୭୦                     ୧୯୪୫

ସମ୍ବନ୍ଧିତ ଖବର