କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ବିନିମୟ ପରୀକ୍ଷାର୍ଥୀଙ୍କ ପାଇଁ ଅଫ୍ଲାଇନ୍ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନରଙ୍କ ନିର୍ଦ୍ଦେଶ ଅନୁସାରେ ପରୀକ୍ଷା କୋଭିଡ୍ କଟକଣାରେ ଚାଲିବ। ଏହି ପରୀକ୍ଷା ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସିଟି˚ରେ କରାଯିବ। ପ୍ରଥମ ଭାଷା, ଦ୍ବିତୀୟ ଭାଷା, ତୃତୀୟ ଭାଷା, ଗଣିତ ବିଷୟରେ ଉଭୟବର୍ଗର ପ୍ରଶ୍ନପତ୍ର ସମାନ ରହିବାକୁ ଥିବାବେଳେ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭିନ୍ନ ଭିନ୍ନ ରହିବ। ପରୀକ୍ଷା ଦିନ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ଦିନ୧୦ଟାରୁ ଆରମ୍ଭ ହୋଇ ୧୨.୧୫ ମିନିଟ୍ରେ ଶେଷ ହେବ।
ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା, ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ, ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ। ଦିନ ୯ଟା ୪୫ମିନିଟ୍ରେ ପରୀକ୍ଷାର୍ଥୀମାନଙ୍କୁ ଉଭୟ ପାର୍ଟ-୧ (ଅବଜେକ୍ଟିଭ୍) ଓ ପାର୍ଟ-୨ (ସବ୍ଜେକ୍ଟିଭ୍) ପ୍ରଶ୍ନପତ୍ର ଦିଆଯିବ। ପାର୍ଟ-୧ ପରୀକ୍ଷା ୧୦ଟାରୁ ୧୧ଟା ଓ ପାର୍ଟ-୨ ପରୀକ୍ଷା ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗଣିତ ପାର୍ଟ-୧ ପରୀକ୍ଷା ୧୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ମୋଟ ୮୦ ମାର୍କର ପରୀକ୍ଷା ହେବାକୁ ଥିବାବେଳେ ପାର୍ଟ-୧ରେ ୫୦ ଓ ପାର୍ଟ-୨ରେ ୩୦ ମାର୍କର ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ପାର୍ଟ-୧ ପରୀକ୍ଷା ଓଏମ୍ଆର୍ ସିଟ୍ରେ ଦେବାକୁ ପଡ଼ିବ ଏବ˚ ପାର୍ଟ-୨ ପରୀକ୍ଷାକୁ ପ୍ରଶ୍ନ ଓ ଉତ୍ତର ସିଟ୍ରେ ଲିଖିତ ଆକାରରେ ଦେବାକୁ ପଡ଼ିବ।
ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ ଫର୍ମ ପୂରଣ ଜୁଲାଇ ୫ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଫର୍ମ ପୂରଣ ପାଇଁ ପରୀକ୍ଷାର୍ଥୀଙ୍କୁ ଫି ଛାଡ୍ କରାଯାଇଛି। ଫର୍ମ ପୂରଣ ସ˚କ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଛି। ୨୦୨୧-୨୨ ପରୀକ୍ଷା ଫଳରେ ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି, ସେମାନେ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।