ଖୋଲିଲା ଅଷ୍ଟମ ଶ୍ରେଣୀ : ସକାଳ ୯ରୁ ୧୨.୩୦ ଯାଏ ପାଠ ପଢ଼ାଇବାକୁ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ ହେଉଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି । ସ୍କୁଲକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବିଶୋଧନ କରାଯାଇଛି ।

ପ୍ରଥମ ଦୁଇ ଦିନ ଅର୍ଥାତ୍ ଆଜି ଓ ଆସନ୍ତାକାଲି ପିଲାମାନଙ୍କ ମଧ୍ୟରେ ହସଖୁସି ଚାଲିବ । ପିଲାମାନେ ଅଧିକ ଦିନ ଘରେ ରହି ଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପ ଖୁଆଇବା ପାଇଁ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ । ୧୮ ମାସ ପରେ କ୍ଲାସରୁମ୍ ଶିକ୍ଷା ଆରମ୍ଭ ହେଉଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସପ୍ତମ ଶ୍ରେଣୀର ସହଜ ବିଷୟବସ୍ତୁ ପ୍ରଥମ ପଢାଯିବ।

ସମ୍ବନ୍ଧିତ ଖବର