ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ବିଧାୟକ ଭାବେ ଶପଥ ନେବାକୁ ବିଧାନସଭା ଗୃହକୁ ପ୍ରବେଶ କରିଥିଲେ। ସାଙ୍ଗରେ ଥିଲେ ଆଳି ବିଧାୟକ ପ୍ରତାପ କେଶରୀ ଦେବ। ନବୀନ ଗୃହରେ ପଶିବା କ୍ଷଣି ବିଧାୟକମାନେ ଆସନରୁ ଉଠି ତାଙ୍କୁ ନମସ୍କାର କରୁଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ପାଖରେ ବସିଥିବା ବିଧାୟକମାନେ ନବୀନଙ୍କୁ ଦେଖି ଠିଆ ହୋଇ ନମସ୍କାର କରିଥିଲେ।
ଏହି ସମୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ହଠାତ୍ ଛିଡ଼ା ହୋଇ ନବୀନଙ୍କୁ ନମସ୍କାର କରିଥିଲେ। ଆଉ କହିଥିଲେ ଯେ ‘ମୁଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍’। ଏହାଶୁଣି ନବୀନ ହଠାତ୍ ଅଟକି ଯାଇଥିଲେ। ସ୍ମିତ ହସ ହସି ନିଜ ଆଡ଼କୁ ଇସାରା କରି କହିଲେ ଯେ ‘ଓଃ ୟୁ ଡିଫିଟେଡ୍ ମି’। ଏହାପରେ ସେଠାରେ ଥିବା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଜୋର୍ରେ ହସିଥିଲେ। ନବୀନ ବି ହସି ହସି ଅସ୍ଥାୟୀ ବାଚସ୍ପତିଙ୍କ ନିକଟକୁ ଚାଲିଯାଇଥିଲେ। ଶପଥ ଗ୍ରହଣ କରିବା ପରେ ରେଜିଷ୍ଟରରେ ଦସ୍ତଖତ କରିଥିଲେ, ବିଧାନସଭା ପକ୍ଷରୁ ମିଳିଥିବା ବ୍ୟାଗ୍ ନେଇ ନବୀନ ନିବାସ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/hhhsfshf.jpg)