ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ରାଜ୍ୟ ମାନବାଧିକାର କମିସନ(ଓଏଚ୍ଆରସିଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ରାଜ୍ୟ ମାନବାଧିକାର କମିସନଙ୍କ କିଛି କର୍ମଚାରୀ ସଂକ୍ରମିତ ହେବା ଓ ପ୍ରାଣ ହରାଇବା ପରେ କମିସନ୍ଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରଯାଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଅତି ଜରୁରୀ ମାମଲାଗୁଡ଼ିକ ପାଇଁ ଲୋକମାନେ କମିସନଙ୍କ ଇ-ମେଲ([email protected]) ଓ ସହକାରୀ ରେଜିଷ୍ଟ୍ରାର୍ଙ୍କୁ ମୋ:୮୭୬୩୬୪୨୦୮୦ଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ। କମିସନର ଅଧ୍ୟକ୍ଷଙ୍କ ଅନୁମତି ପରେ ହିଁ କୌଣସି ଜରୁରୀ ଘଟଣାର ଶୁଣାଣି କରାଯିବ। ଭର୍ଚୁଆଲ ମୋଡ୍ରେ କମିସନ ଓ ଆବେଦନକାରୀଙ୍କ ଆବେଦନର ଶୁଣାଣି କରାଯିବ। ଏହାସହ କମିସନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ କୁହାଯାଇଛି। ସମସ୍ତ ପ୍ରକାର ପ୍ରସ୍ତୁତ ରହିବା ଲାଗି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।