କଟକ : ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ ଓଆର୍ଏଚ୍ଡିସି (ଓଡ଼ିଶା ରୁରାଲ୍ ହାଉସି˚ ଆଣ୍ତ୍ ଡେଭଲପମେଣ୍ଟ୍ କର୍ପୋରେସନ୍)ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବିନୋଦ କୁମାରଙ୍କ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ଏ ସ˚ପର୍କିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଛନ୍ତି। ହାଇକୋର୍ଟ ଅପିଲ୍ ବିଚାରାଧୀନ ସମୟରେ ବିନୋଦ କୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତ ପ୍ରଦାନ କରିଥିବା ଜରିମାନା ଦଣ୍ତାଦେଶ ଉପରେ ରହିତାଦେଶ ଜାରି କରାଯାଇଛି।
ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ମାର୍ଚ୍ଚ ୨୭ରେ ପ୍ରଦାନ କରିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ପ୍ରସଂଗକୁ ନେଇ ଦାୟର ଅନ୍ତରୀଣ ଆବେଦନ ଉପରେ ଆପତ୍ତି ଦାଖଲ ପାଇଁ ଭିଜିଲାନ୍ସ ବିଭାଗକୁ ହାଇକୋର୍ଟ ମହଲତ ଦେଇଛନ୍ତି। ଜଷ୍ଟିସ୍ ସଙ୍ଗମ୍ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ତପୀଠ ବିନୋଦ କୁମାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ସୁଦୀପ୍ତ ପଣ୍ଡା ମାମଲା ପରିଚାଳନା କରୁଥିଲେ।