ଭୁବନେଶ୍ୱର : ଢେଙ୍କାନାଳର ମୃଦଙ୍ଗପଲ୍ଲୀ ଗାଁରେ ସାପ କାମୁଡ଼ି ଥିବା ଜଣେ ମହିଳାଙ୍କୁ ଜଣେ କ୍ବାକ୍ ଏସିଡ୍ ପକାଇ ଚିକିତ୍ସା କରିବା ଘଟଣାରେ ରାଜ୍ୟ ମାନବାଧିକାର କମିସନ କ୍ଷୁବ୍ଧ ହୋଇଛନ୍ତି। କମିସନ ନିଜ ଆଡ଼ୁ ମାମଲା ଗ୍ରହଣ କରିବା ସହିତ ଢେଙ୍କାନାଳର ଏସ୍ପିଙ୍କୁ ଆସନ୍ତା ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଛନ୍ତି। ମୃଦଙ୍ଗପଲ୍ଲୀର ସରିତା ମହାପାତ୍ରଙ୍କ ଗୋଡ଼କୁ ସାପ କାମୁଡ଼ି ଥିବା ବେଳେ ଶୁକ ବାରିକ ନାମକ ଜଣେ କ୍ବାକ୍ ଏସିଡ୍ ପକାଇ ଏହାର ଚିକିତ୍ସା କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏସିଡ୍ରେ ଏଭଳି ଚିକିତ୍ସା ଦୀର୍ଘଦିନ ଧରି ନିଷିଦ୍ଧ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି। ଏଭଳି ଅନ୍ଧବିଶ୍ବାସ ବିରୋଧରେ ସ୍ନେକ୍ ହେଲ୍ପଲାଇନର ସଦସ୍ୟମାନେ ମଧ୍ୟ ସ୍ବର ଉତ୍ତୋଳନ କରିଛନ୍ତି। ତେଣୁ ଏଭଳି ଚିକିତ୍ସା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କମିସନ ଏହାର ରିପୋର୍ଟ ତଲବ କରିଛନ୍ତି। ଆସନ୍ତାମାସ ୧୪ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି କମିସନଙ୍କ ପକ୍ଷରୁ କୁହାଯାଇଛି।
ସାପ କାମୁଡ଼ା ରୋଗୀଙ୍କୁ ଏସିଡ୍ ଚିକିତ୍ସା, ଢେଙ୍କାନାଳ ଏସ୍ପିଙ୍କୁ ୧୫ ଦିନରେ ରିପୋର୍ଟ ଦେବାକୁ ଓଏଚ୍ଆରସିଙ୍କ ନିର୍ଦେଶ
/sambad/media/post_attachments/wp-content/uploads/2019/09/OHRC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)